Indus Valley Times

ଖରିଫ ମଣ୍ଡିରେ ଧାନ ପାଇଁ ୩୭୧୦୫ ଚାଷୀଙ୍କ ପଞ୍ଜୀକରଣ, କଟିଲେ ୧୭୪୮

 Breaking News

ଖରିଫ ମଣ୍ଡିରେ ଧାନ ପାଇଁ ୩୭୧୦୫ ଚାଷୀଙ୍କ ପଞ୍ଜୀକରଣ, କଟିଲେ ୧୭୪୮

ଖରିଫ ମଣ୍ଡିରେ ଧାନ ପାଇଁ ୩୭୧୦୫ ଚାଷୀଙ୍କ ପଞ୍ଜୀକରଣ, କଟିଲେ ୧୭୪୮
November 03
18:23 2022

ମାଲକାନଗିରି, ୩/୧୧: ମାଲକାନଗିରି ଜିଲ୍ଲାରେ ଆଗାମୀ ଖରିଫ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣ ସମାପ୍ତ ହୋଇସାରିଛି। ତେବେ ଜିଲ୍ଲାରେ ମୋଟ ୩୭୧୦୫ ଜଣ ପଞ୍ଜୀକରଣ କରିଥିଲେ।
ତେବେ ସେଥି ମଧ୍ୟରୁ ୧୭୪୮ ଜଣ କଟିବା ପରେ ବର୍ତ୍ତମାନ ୩୫୩୫୭ ଜଣ ଚାଷୀ ରହିଥିବା ଜଣାପଡିଛି। ତେବେ ଯେଉଁ ୧୭୪୮ ଜଣ କଟିଲେ ସେମାନେ ଫେକ ଚାଷୀ ଥିବା ବିଭାଗ କହିଛି। ଆଗକୁ ଡ୍ରୋନ ଯାଞ୍ଚ ପରେ ଆହୁରି କଟିବାର ସମ୍ଭାବନା ରହିଥିବା ବିଭାଗ କହିଛି।
ମାଲକାନଗିରି ଜିଲ୍ଲାରେ ୧୧ଟି ସୋସାଇଟି ରହିଛି। ସେଥିମଧ୍ୟରୁ କାଲିମେଳା ସୋସାଇଟିରେ ୮୫୪୯ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୮୧୨୫ ଜଣ ରହିଲେ।
ବଣ୍ଡା ଲ୍ୟାମ୍ପସରେ ୨୧୮୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୧୦୩ ଜଣ ଚାଷୀ ରହିଲେ। ଶିଖପାଲୀ ଲ୍ୟାମ୍ପସରେ ୩୦୨୭ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୨୯୩୧ ଜଣ ଚାଷୀ ରହିଲେ।
କୋରକୋଣ୍ଡା ଲ୍ୟାମ୍ପସରେ ୫୫୫୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୫୩୧୩ ଜଣ ଚାଷୀ ରହିଲେ। କୁଡୁମୁଲୁଗୁମ୍ମା ଲ୍ୟାମ୍ପସରେ ୧୩୨୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୧୨୫୦ ଜଣ ଚାଷୀ ରହିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031