Indus Valley Times

ଖଲିଆପାଲିରେ ନୂତନ ଜଗନ୍ନାଥ ମନ୍ଦିରର ନିମନ୍ତେ ଭୂମିପୂଜନ

 Breaking News

ଖଲିଆପାଲିରେ ନୂତନ ଜଗନ୍ନାଥ ମନ୍ଦିରର ନିମନ୍ତେ ଭୂମିପୂଜନ

May 26
13:40 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ: ୨୬/୫ :ବୌଦ୍ଧ ଜିଲ୍ଲାର ବ୍ରକ୍ଷହ୍ମଣିପାଲି ପଂଚାୟତ ଅନ୍ତର୍ଗତ ପାଞ୍ଚଗୋଟି ପଂଚାୟତର କେନ୍ଦ୍ରସ୍ଥଳୀ ଖଲିଆପାଲି ଶିବ ମନ୍ଦିର ନିକଟରେ ନୂତନ ଜଗନ୍ନାଥ ମନ୍ଦିରର ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂଜକ ଭାବେ ବବୁଲୁ ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ଦେବହରି ମହାକୁଳ ଓ ତାଙ୍କ ଧର୍ମପତ୍ନୀ ଶୈଳେନ୍ଦ୍ରି ମହାକୁଡ଼ ଦାୟିତ୍ୱ ତୁଲାଇଥିଲେ କ୍ଷ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟଞ୍ଜୟ ମିଶ୍ର ତତ୍ଵାବଧାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବହୁ ହରିନାମ ପିପାସୁ ଯୋଗ ଦେଇ ମନ୍ଦିର ନିର୍ମାଣ ନିମନ୍ତେ ସହଯୋଗ ଯୋଗାଇ ଦେବାକୁ କରିଥିଲେ ।
ଏହି ଅବସରରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ର ଭୁମି ପୂଜନ ର ନିତି ନିର୍ଘଣ୍ଟ ସହ ସକାଳ ୭ରୁ ଘଣ୍ଟା ସମୟରେ ରୀତିନୀତି ଅନୁଯାୟୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ,ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜନ କାର‌୍ୟ୍ୟରେ ଯୋଗ ଦେଇଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରକ୍ଷହ୍ମଣିପାଲି ପଂଚାୟତ ସରପଞ୍ଚ ଅରୁଣ ବାଘ, ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଆମ୍ବଝରି ସରପଞ୍ଚ ପ୍ରେମାନନ୍ଦ ବାଘ,ସମାଜସେବୀ ଅଶ୍ୱନି ପ୍ରଧାନ,ଟିକରପଡା ପୂର୍ବତନ ସରପଞ୍ଚ ବିଜୟ ମହାର,କମିଟିର ସଦସ୍ୟ ଉମେଶ କର୍ଣ୍ଣ, ଆଶ୍ରୟ ଦାସ, ପ୍ରମୋଦ ସାହୁ, ଶ୍ରୀକାନ୍ତ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଭରତ ମିର୍ଦ୍ଧା, ସୁବାସନ ପ୍ରଧାନ, ବରିଷ୍ଠ ଆଇନଯିବି ଅଶୋକ ସାହୁ,ଅରୁଣ ପ୍ରଧାନ ରୋହିତ ପ୍ରଧାନ, ଶିବ ମନ୍ଦିରର ପୂଜକ ଅଗସ୍ତି ବଡ଼ମାଳି ସହ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ମୁଣ୍ଡାପଡା, ଆମ୍ବଝରି, ଟିକରପଡା,ବଘିଆପଡା ଓ ବ୍ରକ୍ଷହ୍ମଣିପାଲି ପଂଚାୟତର ଜନସାଧାରଣ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031