Indus Valley Times

ଖାଦ୍ୟ ଅର୍ଡର ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ

 Breaking News

ଖାଦ୍ୟ ଅର୍ଡର ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ

ଖାଦ୍ୟ ଅର୍ଡର ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ
September 01
17:12 2021

ନୂଆଦିଲ୍ଲୀ, ୧/୯ : ଖାଦ୍ୟ ଦେବାରେ ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କରିଛି ଡେଲିଭରି ବୟ ଜ୍ଝ ଗ୍ରେଟର ନୋଏଡାର ବିଟା-୨ ଅଞ୍ଚଳର ମିତ୍ର ସୋସାଇଟିରେ ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ହତ୍ୟା କରାଯାଇଛି ।
ଅଭିଯୋଗ ମୁତାବକ ଅର୍ଡର ଦେବା ପରେ ଖାଦ୍ୟ ବିଳମ୍ବରେ ମିଳିବାରୁ ସ୍ୱିଗିର ଡେଲିଭରି ବୟ ମାଲିକଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।
ସୂଚନାନୁସାରେ, ଦାଦ୍ରି ନିବାସୀ ୩୮ ବର୍ଷିୟ ସୁନୀଲ ଜାମଜାମ ଗ୍ରେଟର ନୋଏଡାର ମିତ୍ର ସୋସାଇଟିରେ ଏକ ରେଷ୍ଟୁରାଣ୍ଟ କରିଥିଲେ । ମଙ୍ଗଳବାର ରାତି ପ୍ରାୟ ୧୨.୧୫ ସମୟରେ, ତାଙ୍କ ରେଷ୍ଟୁରାଣ୍ଟରେ କାମ କରୁଥିବା ସେବକ ନାରାୟଣ ଏବଂ ଡେଲିଭରି ବୟଙ୍କ ମଧ୍ୟରେ ବିବାଦ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡେଲିଭରି ବୟ ମଙ୍ଗଳବାର ରାତିରେ ଚିକେନ୍ ବିରିୟାନି ଏବଂ ତରକାରୀ ଅର୍ଡର କରିବାକୁ ଆସିଥିଲେ। ତେବେ ରେଷ୍ଟୁରାଣ୍ଟରେ କାମ କରୁଥିବା ସେବକ ନାରାୟଣ ତରକାରୀ ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିବ ବୋଲି କହିଥିଲେ ଜ୍ଝ
ଏହା ଉପରେ ମଦ୍ୟପ ଡେଲିଭରି ବୟ ଚାକରଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲା ଜ୍ଝ ବିବାଦର ଅନ୍ତ ଘଟାଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ସୁନୀଲ ଘଟଣାସ୍ଥଳକୁ ଆସିଥିଲେ। ଆଉ ଡେଲିଭରି ବୟ ଜଣକ ହଠାତ ହୋଟେଲ ମାଲିକଙ୍କୁ ଗୁଳି ଚଳାଇଥିଲେ ଜ୍ଝ ତାଙ୍କୁ ଆହତ ଅବସ୍ଥାରେ ମାଲିକଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031