Indus Valley Times

ଖୁଣ୍ଟବନ୍ଧ ମଣ୍ଡିରୁ ମଙ୍ଗଳବାର ଠାରୁ ଧାନ କ୍ରୟ ଶୁଭାରମ୍ଭ

 Breaking News

ଖୁଣ୍ଟବନ୍ଧ ମଣ୍ଡିରୁ ମଙ୍ଗଳବାର ଠାରୁ ଧାନ କ୍ରୟ ଶୁଭାରମ୍ଭ

ଖୁଣ୍ଟବନ୍ଧ ମଣ୍ଡିରୁ ମଙ୍ଗଳବାର ଠାରୁ ଧାନ କ୍ରୟ ଶୁଭାରମ୍ଭ
December 23
19:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୧୨ : ବୌଦ୍ଧ ବ୍ଳକ୍ ଖୁଣ୍ଟବନ୍ଧ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ମଙ୍ଗଳବାର ଖୁଣ୍ଟବନ୍ଧ ବଜାର ପ୍ରାଙ୍ଗଣରେ ମଣ୍ଡି ଉଦ୍‌ଘାଟିତ ହୋଇଛି।
ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୁଣ୍ଟବନ୍ଧ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ତହସିଲଦାର ଅନିତା କୁମାରୀ ସାହୁ , ଉପ ନିବନ୍ଧକ ଫକୀର ମୋହନ ବାଘ, ଆରଏମସି ସମ୍ପାଦକ ଭାସ୍କରଚନ୍ଦ୍ର ପଢିଆରି, ଖୁଣ୍ଟବନ୍ଧ ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଡ଼, ସଂପାଦକ ଦେବାଶିଷ ମିଶ୍ର, ସମିତିର ନିର୍ଦ୍ଦେଶକ ରାଜକିଶୋର ଦେହୁରୀ ଯୋଗ ଦେଇଥିଲେ।
ଆଜି ଚାଷୀ ରବି ପାଣିଗ୍ରାହୀ, ନୃସିଂହ କର୍ମୀ, ସରେନ୍ଦ୍ର ମହାକୁଡ଼ ଠାରୁ ୧୯୮ କୁଇଣ୍ଟାଲ ଧାନ ପ୍ରଥମ ଦିନରେ କିଣାଯାଇଥିଲା। ଏହି ଧାନକୁ ପାହାଡ଼ବାଲି ପ୍ରଥମ ଦିନରେ କିଣିଥିଲା ।
ସେହିପରି ପାହାଡ଼ବାଲି, ରାଣୀସତୀ, ଗୋପୀନାଥ, ସେରାବାଲି, ଲାଖଦୀପ ଧାନ ଉଠାଇ ପାଇଁ ଚୁକ୍ତିନାମା କରିଥିବା ଜଣା ପଡିଛି ।
ଆରଏମସିର ଗଣେଷ ବେହେରା, ଗୌର ବେହେରା, ସମିତିର କର୍ମଚାରୀ -ସୁଦିପ ନାଏକ, ରଞ୍ଜନ ପ୍ରଧାନ, ରାଜୀବ ଲୋଚନ ସର୍ଦ୍ଧାର ସିଂ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031