Indus Valley Times

ଖୁବଶୀଘ୍ର ପୂରଣ ହେବ ୨୨,୮୯୬ ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

 Breaking News

ଖୁବଶୀଘ୍ର ପୂରଣ ହେବ ୨୨,୮୯୬ ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

ଖୁବଶୀଘ୍ର ପୂରଣ ହେବ ୨୨,୮୯୬ ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ
August 07
18:59 2025

ଭୁବନେଶ୍ୱର, ୭/୮ : ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବାକୁ ମୋହନ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟରେ ଖୁବଶୀଘ୍ର ବିଭିନ୍ନ ବିଭାଗରେ ୨୨ ହଜାର ୮୯୬ ପଦବୀ ପୂରଣ ହେବ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ୧୦ଟି ବିଭାଗର ଗ୍ରୁପ୍ ସି\’ର ୨୨ ହଜାର ୮୯୬ ପଦବୀ ଖାଲି ପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୮,୩୫୮ ପଦବୀ ଖାଲି ପଡ଼ିଥିବାବେଳେ ପଞ୍ଚାୟତିରାଜ ବିଭାଗର ୪୦୪୨, ସ୍ୱାସ୍ଥ୍ୟ ବିଭାଗର ୩୬୭୭, ରାଜସ୍ୱ ବିଭାଗରେ ୧୩ ଏବଂ ଉଚ୍ଚ ଶିକ୍ଷା ବିଭାଗ ୮୬୭ଟି ପଦବୀ ଖାଲି ରହିଛି । ମୋଟ ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ରହିଛି । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031