Indus Valley Times

ଖୁବ୍ ଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ନୂଆ ଟିମ୍‌ରେ ପୁରୁଖା ଓ ଯୁବ ନେତା ହେବେ ସାମିଲ

 Breaking News

ଖୁବ୍ ଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ନୂଆ ଟିମ୍‌ରେ ପୁରୁଖା ଓ ଯୁବ ନେତା ହେବେ ସାମିଲ

ଖୁବ୍ ଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ନୂଆ ଟିମ୍‌ରେ ପୁରୁଖା ଓ ଯୁବ ନେତା ହେବେ ସାମିଲ
July 09
13:12 2025

ଭୁବନେଶ୍ୱର, ୯/୭: ରାଜ୍ୟ ବିଜେପିକୁ ତାର ସଭାପତି ମିଳି ସାରିଛି । ଆଉ ରାଜ୍ୟରେ ମଧ୍ୟ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ମୋହନ ସରକାରଙ୍କ ଟିମରେ ଥିବା ସଦସ୍ୟଙ୍କ ବଢ଼ିବ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମନମୋହନ ସାମଲ ।
ମନମୋହନ ସାମଲ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ଆଜି ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ବଡ଼ ସୂଚନା ଦେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି । ତେବେ ଏଥିପାଇଁ କୌଣସି ସମୟସୀମା ନ ଥିବା ସ୍ପଷ୍ଟ କରିଛନ୍ତି । ସମସ୍ତଙ୍କୁ ନେଇ ସେ କାର‌୍ୟ୍ୟ କରିବେ । ତାଙ୍କ ଟିମରେ ବରିଷ୍ଠଠାରୁ ନବାଗତକୁ ସାମିଲ କରାଯିବ । ବିଜେପିର ନାମ ହେଉଛି ବିକାଶ । ଲୋକଙ୍କୁ ପ୍ରାଥମିକ ମୌଳିକ ସୁବିଧା ଯୋଗାଇବା ଦଳର ପ୍ରଥମ ଦାୟିତ୍ୱ । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ପର‌୍ୟ୍ୟଟନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।
ସେହିପରି ଭାରତୀୟ ଜନତା ପାର୍ଟି ଗୋଟିଏ । ଏଠି ସରକାର ଏବଂ ସଂଗଠନ ଗୋଟିଏ । ମିଳିତ ସହଯୋଗରେ କାର‌୍ୟ୍ୟ କରୁଛି । ଲୋକଙ୍କ ବିକାଶ ଦଳର ପ୍ରାଥମିକତା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ଚା

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031