Indus Valley Times

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଭାଇ ଭଉଣୀଙ୍କ ସଲୀଳ ସମାଧି

 Breaking News

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଭାଇ ଭଉଣୀଙ୍କ ସଲୀଳ ସମାଧି

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଭାଇ ଭଉଣୀଙ୍କ ସଲୀଳ ସମାଧି
March 11
20:28 2022

ଆଳି, ୧୧/୩: ପୋଖରୀ ପାଖରେ ଖେଳୁଥିବା ବେଳେ ପଡ଼ିଗଲେ ଭାଇ ଓ ଭଉଣୀ। ଆଉ ବାହାରି ପାରିଲେ ନାହିଁ। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଡଙ୍କାରି ଗାଁରେ ଘଟିଛି।
ଗଞ୍ଜା ଗାଁର ବିନୋଦ ପାତ୍ରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ହେଉଛନ୍ତି ଜଣେ ଅଙ୍ଗୱାଡ଼ି କର୍ମୀ। ସେ ତାଙ୍କ ବାପଘର ଗାଁ ଡଙ୍କାରିରେ ଅଙ୍ଗୱାଡ଼ି କର୍ମୀ ଭାବେ କାମ କରନ୍ତି। ସେଥିପାଇଁ ପ୍ରତିଦିନ ନିଜର ୫ ବର୍ଷର ପୁଅ ବିତ୍ ବିବର ପାତ୍ରକୁ ଧରି ବାପ ଘରକୁ ଯାଇଥାଆନ୍ତି। ସେଠାରୁ ଭାଇ ସୁକଦେବଙ୍କ ୫ ବର୍ଷର ଝିଅ ମାମୁନିକୁ ସାଥୀରେ ନେଇ ଅଙ୍ଗୱାଡ଼ି କେନ୍ଦ୍ରକୁ ଯାଇଥାଆନ୍ତି।
ସବୁଦିନ ପରେ ଆଜି ମଧ୍ୟ ପୁଷ୍ପାଞ୍ଜଳି ନିଜ ପୁଅ ଓ ଭାଇର ଝିଅକୁ ଧରି ଅଙ୍ଗୱାଡ଼ି କେନ୍ଦ୍ରକୁ ଯାଇଥିଲେ ପୁଷ୍ପାଞ୍ଜଳି। ସେଠାରେ ପାଠ ପଢ଼ା ସରିବା ପରେ ଉଭୟ ଘରକୁ ଫେଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘର ବାହାରେ ଭାଇ ଓ ଭଉଣୀ ଖେଳୁଥିଲେ। ଏହି ସମୟରେ ପରିବାର ଲୋକମାନେ ଅନ୍ୟ କାମରେ ବ୍ୟସ୍ତ ଥିଲେ। ଖେଳୁଥିବା ବେଳେ ହଠାତ୍ ଭାଇ ଓ ଭଉଣୀ ଘର ପାର୍ଶ୍ୱ ପୋଖରୀରେ ପଡି ଯାଇଥିଲେ।
ଦୀର୍ଘ ସମୟ ପରେ ପରିବାର ଲୋକେ ଭାଇ ଓ ଭଉଣୀଙ୍କୁ ଖୋଜିଥିଲେ। ମାତ୍ର ସେମାନଙ୍କ ପତ୍ତା ପାଇନଥିଲେ। କିଛି ସମୟ ପରେ ପୋଖରୀ ମଝିରେ ପୁଷ୍ପାଞ୍ଜଳିଙ୍କ ପୁଅର ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ଗାଡ଼ିଆ ଭିତରେ ପଶି ଖୋଜାଖୋଜି କରିଥିଲେ। ପାଣି ଭିତରୁ ମାମୁନିର ମୃତଦେହ ମିଳିଥିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930