Indus Valley Times

ଖେଳୁ ଖେଳୁ ବାଲି ଭିତରେ ପଶିଗଲେ ୨ ନାବାଳକ, ମାଟି ଅତଡ଼ା ଖସି ଚାଲିଗଲା ଜୀବନ

 Breaking News

ଖେଳୁ ଖେଳୁ ବାଲି ଭିତରେ ପଶିଗଲେ ୨ ନାବାଳକ, ମାଟି ଅତଡ଼ା ଖସି ଚାଲିଗଲା ଜୀବନ

June 09
10:19 2022

କେନ୍ଦ୍ରାପଡ଼ା ,୯/୬ : କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣାରେ ଅଘଟଣ । ଖୋଳା ଚାଲିଥିବା ପୋଖରୀ ଭିତରେ ପଶି ଖେଳୁଥିବା ବେଳେ ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ପୁରା ଗାଁରେ ଶୋକାକୁଳ ପରିବେଶ ।
ଖବର ଅନୁଯାୟୀ, ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର , ଗୁରୁବାର ସକାଳୁ ଗାଁ ନିକଟରେ ଖୋଳା ଚାଲିଥିବା ଏକ ପୋଖରି ଭିତରେ ପଶି ଖେଳୁଥିଲେ ।
ଏହି ସମୟରେ ହଠାତ୍ ପୋଖରି ବନ୍ଧରୁ ମାଟି ଅତଡା ଧସି ଯାଇଥିଲା କ୍ଷ ଫଳରେ ଉଭୟ ଶିଶୁ ସେହି ମାଟି ଅତଡା ତଳେ ରହିଯାଇଥିଲେ । ପରେ ଖୋଜାଖୋଜି କରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା ।
ମାଟିରୁ ଉଦ୍ଧାର କରି ଉଭୟ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର୍ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930