Indus Valley Times

ଖେଳ ହେଲା କାଳ, ମାଟି କାନ୍ଥ ପଡି ଚାଲିଗଲା ନାବାଳିକାର ଜୀବନ

 Breaking News

ଖେଳ ହେଲା କାଳ, ମାଟି କାନ୍ଥ ପଡି ଚାଲିଗଲା ନାବାଳିକାର ଜୀବନ

ଖେଳ ହେଲା କାଳ, ମାଟି କାନ୍ଥ ପଡି ଚାଲିଗଲା ନାବାଳିକାର ଜୀବନ
October 16
11:10 2022

ରାଇରଙ୍ଗପୁର ,୧୬/୧୦: ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି।
ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ସେ (ମୌସୁମୀ) ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।
ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031