Indus Valley Times

ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ଏବଂ ଏହାର ସାଙ୍ଘାତିକ ଅଭାବ ପ୍ରତିବାଦରେ ବିକ୍ଷୋଭ

 Breaking News

ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ଏବଂ ଏହାର ସାଙ୍ଘାତିକ ଅଭାବ ପ୍ରତିବାଦରେ ବିକ୍ଷୋଭ

March 13
20:39 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୩/୩ : ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରନ୍ଧନଗ୍ୟାସ ଦରବୃଦ୍ଧି ଏବଂ ଏହାର ସାଙ୍ଘାତିକ ଅଭାବ ପ୍ରତିବାଦରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଳା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଏଡିଏମ, ଖୋର୍ଦ୍ଧାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ରନ୍ଧନଗ୍ୟାସର ଦରବୃଦ୍ଧି ଓ ଅଭାବକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ବାସ୍ତବ ଚିତ୍ର । ଗତ ୨୦୨୫ ରେ ମୋଦି ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ଦରବୃଦ୍ଧି କରିଥିବା ବେଳେ ଏବେ ପୁଣି ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରିଛନ୍ତି ।
ବ୍ୟବସାୟୀକ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ାଇଛନ୍ତି । ୟୁପିଏ ସରକାର ସମୟରେ ୨୦୧୪ ମସିହା ସୁଦ୍ଧା ସିଲିଣ୍ଡର ପିଛା ୪୫୦ ଟଙ୍କା ଥିଲା । ଏବେ ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ହେଲାଣି । ଏବେ ରନ୍ଧନଗ୍ୟାସର କଳାବଜାରି ଆରମ୍ଭ ହୋଇଗଲାଣି ।
ସିଲିଣ୍ଡର ପିଛା ୨୦୦୦-୨୫୦୦ ଟଙ୍କାରେ କିଣିବାପାଇଁ ଲୋକେ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଅଯଥା ଆମେରିକା-ଇଜ୍ରାଏଲ-ଇରାନର ଯୁଦ୍ଧ ପରିସ୍ଥିତି ଭିତରକୁ ଭାରତକୁ ଠେଲି ଦେଉଛନ୍ତି । ମୋଦିଙ୍କର ଭୁଲ ନୀତି ଯୋଗୁଁ ଆଜି ଭାରତରେ ଦୟନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ହାଣ୍ଡିଶାଳରେ ସରକାର ମହଙ୍ଗାମାଡ ଦେଉଛନ୍ତି ।
ଏପରିକି ସ୍କୁଲ, କଲେଜ, ହସପିଟାଲ ପ୍ରଭୃତିରେ ନାହିଁ ନଥିବାର ଅବସ୍ଥା ଦେଖିବାକୁ ମିଳୁଛି । ସୁତରାଂ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ତୁରନ୍ତ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଦାବି କରାଯାଉଛି । ଏହି ବିକ୍ଷୋଭ କାର‌୍ୟ୍ୟକ୍ରମରେ ବରିଷ୍ଟ କଂଗ୍ରେସ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସୋନାଲି ସାହୁ, ଶିଶିର ପରିଡ଼ା, ଜୟଶ୍ରୀ ପଟ୍ଟନାୟକ, ରଞ୍ଜିତ ମହାପାତ୍ର,ସଦାଶିବ ମହାପାତ୍ର,ସୌମ୍ୟ ପଟ୍ଟନାୟକ,ସୁନିଲ ଗାନ୍ଧୀ,ତାପସ ମିଶ୍ର, ଅଶୋକ ମଙ୍ଗରାଜ,ଶୁଭ୍ରାଂଶୁ ପଟ୍ଟନାୟକ,ପ୍ରତାପ ଚନ୍ଦ୍ର ବେହେରା,ଗୁରୁ ଚରଣ ପଟ୍ଟନାୟକ, ଶୈଳେନ୍ଧୁ ଦାସ, ଶିଶିର ପଟ୍ଟନାୟକ,ରମେଶ ପଟ୍ଟନାୟକ, କାଳେନ୍ଦି ମହାପାତ୍ର, ରମାକାନ୍ତ ପଟ୍ଟନାୟକ,ମାନସ ବାହୁବଳେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930