Indus Valley Times

ଖୋରଧା ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ;୧୫ ଦିନରେ ସ୍ଥଗିତ ପେନସନ କେଶକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ

 Breaking News

ଖୋରଧା ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ;୧୫ ଦିନରେ ସ୍ଥଗିତ ପେନସନ କେଶକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ

ଖୋରଧା ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ;୧୫ ଦିନରେ ସ୍ଥଗିତ ପେନସନ କେଶକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ
June 06
20:53 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୬/୬ : ପ୍ରତ୍ୟେକ କାର୍ଯ୍ୟାଳୟରେ ଅବସର ଗ୍ରହଣ କରିବାକୁ ଯାଉଥିବା ସରକାରୀ କର୍ମଚାରୀ ମାନଙ୍କ ଚାକିରି ନିୟମିତୀକରଣ କରିବା ବିଭାଗୀୟ ଅଧିକାରୀ ମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ଵ ଅଟେ ।
ପ୍ରତ୍ୟେକ କର୍ମଚାରୀ ମାନଙ୍କ ପେନସନ କାଗଜାତପତ୍ର ନିଶ୍ଚିତ ଭାବେ ଦୁଇମାସ ପୂର୍ବରୁ ଚୂଡାନ୍ତ ହୋଇ ପେନସନ ମଞ୍ଜୁରି କରୁଥିବା ଅଧିକାରୀ ଓ ମହାଲେଖାଗାର କାର‌୍ୟ୍ୟାଳୟକୁ ପଠାଇବାକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବା ଜରୁରୀ ଅଟେ ।
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାର ୮୬ ଗୋଟି ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟର ୨୨୨ ଗୋଟି ପେନସନ କେସ ସମୀକ୍ଷା କରି ଉପରୋକ୍ତ ବିଷୟ ପ୍ରକାଶ କରି ୧୫ ଦିନ ମଧ୍ୟରେ କର୍ମଚାରୀ ମାନଙ୍କ ସ୍ଥଗିତ ଥିବା ପେନସନ କେସ ସମାଧାନ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭିଜିଲାନ୍ସ କେସ ଥିବା କର୍ମଚାରୀ ମାନଙ୍କ କେସ ଗୁଡ଼ିକର ସ୍ଥିତି ପରଖି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ବ୍ଲକ ଶିକ୍ଷା ଅଧିକାରୀ , ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ପୂର୍ତ୍ତ, ବନଖଣ୍ଡ, ସ୍ଵାସ୍ଥ୍ୟ ବିଭାଗ, ପାନୀୟ ଜଳ, ଶିକ୍ଷା ,ଜଳ ବିଭାଜିକା, କୃଷି, ପରିବହନ, ଅବକାରୀ ଆଦି କାର୍ଯ୍ୟାଳୟ ଗୁଡିକର ପେନସନ କେସ ଗୁଡ଼ିକୁ ସମୀକ୍ଷା କରି ଅବସର କରୁଥିବା କର୍ମଚାରୀ ମାନଙ୍କୁ ଅବସର ଗ୍ରହଣ ଦିନ ଅସ୍ଥାୟୀ ପେନସନ ପ୍ରଦାନ କରିବା ସହ ସେମାନଙ୍କର ସ୍ଥାୟୀ ପେନସନ ପ୍ରଦାନ ଦିଗରେ ସମସ୍ତ କାର‌୍ୟ୍ୟ ଚୂଡାନ୍ତ କରିବାକୁ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଉପ ଅଧିକାରୀ, ବରିଷ୍ଠ ରାଜସ୍ବ ସହାୟକ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031