Indus Valley Times

ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଜଟଣୀ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

 Breaking News

ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଜଟଣୀ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଜଟଣୀ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ
September 19
19:04 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୯/୯ : ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପର ଅଂଶ ଭାବରେ, ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ \”ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ (ଝଘଝଚଇ)\” ଆରମ୍ଭ କରିଛି ।
୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଉପରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା, ଶିଶୁ ଏବଂ ରେଳ ପରିବାର ପାଇଁ ସମଗ୍ର ରେଳମଣ୍ଡଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ।
ଉଦଘାଟନୀ ଦିବସରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟଖସଡ଼ା ଉପରେ ଏକ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମହିଳା, ଶିଶୁ ଏବଂ ରେଳ ପରିବାର ମଧ୍ୟରେ ସ୍ୱାସ୍ଥ୍ୟସେବା ସଚେତନତାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।
ଅଭିଯାନର ଅଂଶ ସ୍ୱରୂପ:୧୮ ସେପ୍ଟେମ୍ବରରେ ଖୋର୍ଦ୍ଧାରୋଡ୍ ଅଡିଟୋରିୟମ୍ ଠାରେ ସଫାଇ ମିତ୍ରମାନଙ୍କର ଯକ୍ଷ୍ମା ସ୍କ୍ରିନିଂ ସହିତ ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଥିଲା । ଯେଉଁଠାରେ ଭାରତ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରୀ ଯୋଜନା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
୧୯ ସେପ୍ଟେମ୍ବର ୨୦୨୫ ରେ ଖୋର୍ଦ୍ଧାରୋଡ୍ ଅଡିଟୋରିୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ମୋଟ ୩୮ ଜଣ ରକ୍ତଦାତା (୩୫ ଜଣ ପୁରୁଷ ଏବଂ ୩ ଜଣ ମହିଳା) ଏହି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ । ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ନିଜେ ରକ୍ତଦାନ କରି ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଏପରି ମାନବୀୟ ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ ।
ମହିଳା ହିତାଧିକାରୀଙ୍କ ପାଇଁ କର୍କଟ ରୋଗ ପରୀକ୍ଷା ଶିବିର ୨୦ ଏବଂ ୨୪ ସେପ୍ଟେମ୍ବରରେ କର୍ପୋରେଟ୍ ହସ୍ପିଟାଲ୍ସ ସହଯୋଗରେ ଖୋର୍ଦ୍ଧା ରୋଡ୍ ଅଡିଟୋରିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହା ସହିତ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇ ସୋମେପେଟାରେ ମାସିକ ଋତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା, ଇଘଉ ଯାଞ୍ଚ ଏବଂ ଶିଶୁମାନଙ୍କର ଟୀକାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଅଛି ।
ଏହା ବ୍ୟତୀତ, ପନ୍ଦର ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ସମୟରେ ପୁରୀ, ଅନୁଗୁଳ, କଟକ, କେନ୍ଦୁଝରଗଡ଼, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, ପଲାସା ଏବଂ ଖୋର୍ଦ୍ଧା ରୋଡରେ ମହିଳା ସ୍ୱାସ୍ଥ୍ୟ, କିଶୋରୀ ବାଳିକା ଏବଂ ଶିଶୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ ଦ୍ୱାରା ସଚେତନତା କରାଯିବ । ଏହି ଅଭିଯାନ “ସୁସ୍ଥ ମହିଳା, ସଶକ୍ତ ପରିବାର” ଦୃଷ୍ଟିକୋଣ ପ୍ରତି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରୁଅଛି ଯାହା ରେଳବାଇର ଭାଇଚାରା ଏବଂ ସମାଜ ପାଇଁ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ ସୁନିଶ୍ଚିତ କରିଥାଏ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031