Indus Valley Times

ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଉଦଘାଟିତ

 Breaking News

ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଉଦଘାଟିତ

April 21
08:32 2025

ପ୍ରସନ୍ନ କୁମାରପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୧/୪ : ରବିବାର ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ତିତ ଟି ଏଲ ସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖ ୩କୋଟି ୬୫ଲକ୍ଷ ବ୍ୟୟରେ ୩ ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଓଡ଼ିଶାର ମାନ୍ୟବର ଆଇନ,ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱ କରକମଳରେ ଫିତାକାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟିତ କରି ଜିଲ୍ଲା ବାସୀଙ୍କ ସେବା ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଅବକାରୀ ନିୟମ ଓ ଅଧିନିୟମ ପ୍ରଣୟନ ଦ୍ଵାରା ଚୋରା ମଦ କାରବାର ବିକ୍ରି ବନ୍ଦ କରିବା । ଚୋରା ବେପାରୀଙ୍କୁ ପ୍ରତିହତ କରିବା ଓ ନିଶାର କୁ ପ୍ରଭାବ ସହ ନିଶା କ୍ରିତଦାସରୁ ସମାଜକୁ ବଞ୍ଚାଇ ଏକ ନିଶାମୁକ୍ତ ସଶକ୍ତ ସମାଜ ଗଠନରେ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉତ୍ଥାପନ କରିଥଲେ।
ଆହୁରି ମଧ୍ୟ ମନ୍ତ୍ରୀ କହିଲେ ଯେ ଅବକାରୀ କର୍ମଚାରୀ ମାନଙ୍କୁ ଆର୍ମ -୩ ଅସ୍ତ୍ର ଦିଆଯାଇ ଚୋରା ବେପାରୀଙ୍କୁ ଦୃଢ଼ ମୁକାବିଲା କରି ସାରା ରାଜ୍ୟକୁ ସଶକ୍ତ କରାଯିବ ।
ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ମାନ୍ୟବର ସାଂସଦଙ୍କ ପ୍ରତିନିଧି,ରାଜ୍ୟ ଅବକାରୀ ବିଭାଗ ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର,, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଭାରପ୍ରାପ୍ତ ଅବକାରୀ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅଧିକ୍ଷିକା ଅବକାରୀ, ଖୋର୍ଦ୍ଧା ଶ୍ରୀମତୀ ସୁମତି ତ୍ରିପାଠୀ, ଭୁବନେଶ୍ୱର ଅଧିକ୍ଷକ, ଅବକାରୀ,ଶ୍ରୀ ଦେବାଶିଷ ପଟେଲ, ଅଧିକ୍ଷକ, ଅବକାରୀ କଟକ,ଶ୍ରୀ କରୁଣା ଶଙ୍କର ତିୱାରୀ, ଯୁଗ୍ମ ଆୟୁକ୍ତ, ଅବକାରୀ ଶ୍ରୀ ରାଜେନ୍ଦ୍ର ଭୋତ୍ରା,ଶ୍ରୀ ଅଶୋକ କୁମାର ଗଡତିଆ,ଶ୍ରୀ ଡମ୍ବରୁଧର ଖଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ ସିଂହ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା,ଡେପୁଟି କଲେକ୍ଟର ଶ୍ରୀ ଦେବବ୍ରତ କର, ଶ୍ରୀତପା ମିଶ୍ର,ଅନନ୍ୟା ସୃଷ୍ଟି ଶତପଥୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ କର୍ମଚାରୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031