ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜଣାଶୁଣାଣି ଶିବିର ଅନୁଷ୍ଠିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨/୧୨ : ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ କହିଲେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି ।
ଏଣୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ତଥା ପଂଚାୟତ ବା ପଲ୍ଲୀରେ ପ୍ରଶାସନିକ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମକୁ ଅଧିକାରୀ ମାନେ ସେବା, ସମାଧାନ ଓ ସଚେତନତାକୁ ତ୍ୱରାନ୍ୱିତ କରି ନିଷ୍ଠାପର ସେବା ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ବିକାଶ ପଥରେ ଆଗେଇ ଯିବ ବୋଲି ପ୍ରକାଶ କରିଥିଲେ ।
ସେହିପରି ପୋଲିସ ପ୍ରଶାସନର ସମସ୍ତ ଥାନା ଅଧିକାରୀ ଏବଂ ବରିଷ୍ଟ ଅଧିକାରୀ ମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରହିବା ଦିଗରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବ୍ଲକ୍ ଓ ପଞ୍ଚାୟତ ମାନଙ୍କରେ ଜନଶୁଣାଣି ଶିବିରରେ ପ୍ରତ୍ୟେକ ଯୋଜନାର ହିତାଧିକାରୀ ମାନଙ୍କୁ ଯଥା ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ନେଇ , ସ୍ଵାସ୍ଥ୍ୟ, ପଶୁ ସମ୍ପଦ, କୃଷି ଓ ଆନୁସଙ୍ଗିକ କୃଷି, ଓଡ଼ିଶା ଜୀବିକା ମିଶନ୍, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଆୟୁଷମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଅଟଳ ପେନସନ ଯୋଜନା, ବସୁନ୍ଧରା, ରାଜସ୍ବ ବିଭାଗ ଅଧୀନ ବିଭିନ୍ନ ସାର୍ଟିଫିକେଟ, ପ୍ରତ୍ୟେକ ପଂଚାୟତ ଓ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ଜମି ସମସ୍ୟା, ଦକ୍ଷତା ବିକାଶ, ମତ୍ସ୍ୟ ଚାଷ, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗ, ସୁଷମ ବଣ୍ଟନ, ଶିଶୁ ଓ ମାତୃ ଯତ୍ନ ,ଭି ଏଚ୍ ଏନ୍ ଡି ଯୋଜନା ,ପି ଏମ ସୂର୍ଯ୍ୟ ଘର, ମାଟି ସ୍ୱାସ୍ଥ୍ୟ କାର୍ଡ, ପିଏମ କିଶାନ ଓ ସି ଏମ କିଶାନ୍ ଯୋଜନା, ପ୍ରଧାନ ମନ୍ତ୍ରୀ ମୁଦ୍ରା ଓ ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା , ରେଡ୍ କ୍ରସ ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସିଧା ପଲ୍ଲୀ ବାସିନ୍ଦାର ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା, ଆପତ୍ତି ଏବଂ ଅଭିଯୋଗ ଗୁଡ଼ିକର ସରକାର ଓ ପ୍ରଶାସନର ନୀୟମାନୁସାରେ ସମାଧାନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଗୁରୁତ୍ୱାରୋପ କରିଥିଲେ ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୮୭ ଗୋଟି ଅଭିଯୋଗ ଆସିଥିବା ବେଳେ, ବ୍ୟକ୍ତି ଗତ ୮୨ ଗୋଟି ଓ ଗ୍ରାମୀଣ ସମସ୍ୟା ଜନିତ ୦୫ ଗୋଟି ଅଭିଯୋଗ ଥିଲା ।
ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।
ଜନଶୁଣାଣି ଶିବିରରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ , ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର , ଡେପୁଟୀ କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶତପଥୀ, ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଦିଲ୍ଲୀପ ହିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ , ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର,ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ଖୋର୍ଦ୍ଧା, ଉପ ନିର୍ଦ୍ଦେଶକ, ଦକ୍ଷତା ବିକାଶ ଏବଂ ନିଯୁକ୍ତି, ଭୁବନେଶ୍ୱର, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଯନ୍ତ୍ରୀ, ସମସ୍ତ ବିଡିଓ ଏବଂ ତହସିଲଦାର ପ୍ରମୁଖ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ।






