Indus Valley Times

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ବିସ୍ଥାପିତ ହୋଇଥିବା ପରିବାର ଥଇଥାନ ଦାବୀରେ ଜିଲାପାଳଙ୍କ ପାଖରେ ଫେରାଦ

 Breaking News

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ବିସ୍ଥାପିତ ହୋଇଥିବା ପରିବାର ଥଇଥାନ ଦାବୀରେ ଜିଲାପାଳଙ୍କ ପାଖରେ ଫେରାଦ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ବିସ୍ଥାପିତ ହୋଇଥିବା ପରିବାର ଥଇଥାନ ଦାବୀରେ ଜିଲାପାଳଙ୍କ ପାଖରେ ଫେରାଦ
November 15
21:20 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅର୍ନ୍ତଗତ ରାମ୍ଭିକଟା ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ପିତବାସ କୁମ୍ଭାର ଓ ଅନ୍ୟ ମାନେ ରହିଆସୁଥିଲେ । ଉକ୍ତ ୫ ପରିବାର ଗ୍ରାମର ପୁଷ୍ପବତୀ କହଁରଙ୍କ ନାମରେ ଥିବା ଏକ ଜାଗାରେ ପିଲାଛୁଆ ଧରି ରହିଆସୁଥିଲେ ।
ବର୍ତ୍ତମାନ ଉକ୍ତ ଜାଗାରେ ଖୋର୍ଦ୍ଧା-ବଲାଙ୍ଗିର ରେଲପଥ ଯାଉଥିବା ବେଳେ ରେକଡଥିବା ପୁଷ୍ପବତୀ କହଁରଙ୍କୁ ନିୟମ ଅନୁଯାୟୀ କ୍ଷତିପୁରଣ ରାଶି ପ୍ରଦାନ କରାଯାଇଛି । ପୁଷ୍ପବତୀ ଉକ୍ତ ସ୍ଥାନରେ ରହୁଥିବା ପରିବାରକୁ ପାଇଥିବା କ୍ଷତିପୁରଣ ରାଶି ପ୍ରଦାନ କରିଥିଲେ ।
ଗତ ୧୧ ତାରିଖରେ ହରଭଙ୍ଗା ତହସିଲ ପକ୍ଷରୁ ଘର ଭାଙ୍ଗିବାକୁ ତହସିଲ କତ୍ତୃପକ୍ଷ ଆସିଥିବା ବେଳେ ଉକ୍ତ ପରିବାର ଅନୁରୋଧ କରିବାରୁ ସେମାନେ ଫେରିଯାଇଥିଲେ । ଉକ୍ତ ପରିବାର ଗୁଡିକ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ମୁଣ୍ଡ ଗୁଂଜିବାକୁ ଜାଗା ଟିକେ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ମଙ୍ଗଳବାର ଦିନ ପିଲାଛୁଆ ଧରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
କୃଷି ବିଜ୍ଞାନ କେନ୍ଦ୍ରର ବୈଷୟିକ ଉପଦେଷ୍ଟା ମଣ୍ଡଳୀ ବୈଠକ
ବୌଦ୍ଧ,୧୫/୧୧: କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧର ୧୯ଜଣ ବୈଷୟିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓୟୁଏଟି ର ସଂପ୍ରସାରଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ସଂଗ୍ରାମ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଏଟିଏଆରଆଇ ର ପ୍ରମୁଖ ବୈଜ୍ଞାନିକ କଲ୍ୟାଣ ସୁନ୍ଦର ଦାଶ ଆଭାସି ଜରିଆରେ ବୈଠଳର ସମୀକ୍ଷା କରିଥିଲେ ଓ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।
ବୌଦ୍ଧଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ । ଚାଷୀ ପ୍ରତିନିଧିମାନେ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ତପନ ଦାସ ବିଗତ ବର୍ଷରେ ହୋଇଥିବା ଓ ଆଗାମୀ ବର୍ଷ ହେବାକୁଥିବା ତାଲିମ,ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ଗୋଟିଏ ସମାଚାର ପତ୍ର ଓ ଦୁଇଟି କୃଷି ଭିତ୍ତିକ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁସ୍ମିତା ପ୍ରିୟଦର୍ଶିନୀ,ମୟୁରୀ ସିଂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ସହକର୍ମୀ ବିକ୍ରମ କେଶରୀ ପରମାଣିକ ଧନ୍ୟବାଦ ପ୍ରଦାନ କରିଥିଲେ ।
ବିଭିନ୍ନ ଦାବି ନେଇ ରାଜସ୍ୱ ଅମଲା ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୫/୧୧: ବୌଦ୍ଧଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଜସ୍ୱ ଅମଲା ସଂଘର ସଭାପତି ଶତ୍ରୁଜିତ ମହାପାତ୍ର ଓ ସାଧାରଣ ସମ୍ପାଦକ ସୁଦାମ ଚରଣ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ରାଜସ୍ୱ ଅମଲା ମାଉସୀ ମା ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜସ୍ୱ ଅମଲାମାନେ ସେମାନଙ୍କ ପ୍ରତି ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସଚିବାଳୟ ଓ ମୁଖ୍ୟ ଦପ୍ତରର ଅମଲାମାନେ ଯେଉଁ ହାରରେ ଦରମା ପାଉଛନ୍ତି ଜିଲ୍ଲାସ୍ତରୀୟ ଅମଲାଙ୍କ ପାଇଁ ଏହା ଲାଗୁ କରାଯିବାକୁ ଦାବି କରିଥିଲେ ।
ସେହିପରି ଶିକ୍ଷାଗତ ଯୋଗ୍ୟତା ଆଧାରରେ ୪୨୦୦ ଗ୍ରେଡ ପେ ବୃଦ୍ଧି କରିବାକୁ ମଧ୍ୟ ଦାବି କରାଯାଇଛି । ସରକାର ତୁରନ୍ତ ରାଜସ୍ୱ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଗ୍ରହଣ କରିଥିଲେ । ଏହି ବିକ୍ଷୋଭରେ ବିଭିନ୍ନ କାର୍ଯ୍ୟାଳୟର ବହୁ ସଂଖ୍ୟାରେ ଅମଲାମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031