Indus Valley Times

ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ, ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସେବା,ସମାଧାନ ଓ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ-ଜିଲ୍ଲାପାଳ

 Breaking News

ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ, ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସେବା,ସମାଧାନ ଓ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ-ଜିଲ୍ଲାପାଳ

ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ, ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସେବା,ସମାଧାନ ଓ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ-ଜିଲ୍ଲାପାଳ
November 18
22:29 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୮/୧୧ : ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ପଲ୍ଲୀରେ ପ୍ରଶାସନ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଲେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି। ଏଣୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ତଥା ପଂଚାୟତ ବା ପଲ୍ଲୀରେ ପ୍ରଶାସନିକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଅଧିକାରୀ ମାନେ ସେବା, ସମାଧାନ ଓ ସଚେତନତାକୁ ତ୍ୱରାନ୍ୱିତ କରି ନିଷ୍ଠାପର ସେବା ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ବିକାଶ ପଥରେ ଆଗେଇଯିବ ବୋଲି ପ୍ରକାଶ କରିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବ୍ଲକ୍ ଓ ପଞ୍ଚାୟତ ମାନଙ୍କରେ ଜନଶୁଣାଣି ଶିବିରରେ ପ୍ରତ୍ୟେକ ଯୋଜନାର ହିତାଧିକାରୀ ମାନଙ୍କୁ ଯଥା ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ନେଇ , ସ୍ଵାସ୍ଥ୍ୟ, ପଶୁ ସମ୍ପଦ, କୃଷି ଓ ଆନୁସଙ୍ଗିକ କୃଷି, ଓଡ଼ିଶା ଜୀବିକା ମିଶନ୍, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଆୟୁଷମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅଟଳ ପେନସନ ଯୋଜନା, ବସୁନ୍ଧରା, ରାଜସ୍ବ ବିଭାଗ ଅଧୀନ ବିଭିନ୍ନ ସାର୍ଟିଫିକେଟ, ପ୍ରତ୍ୟେକ ପଂଚାୟତ ଓ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ଜମି ସମସ୍ୟା, ଦକ୍ଷତା ବିକାଶ, ମତ୍ସ୍ୟ ଚାଷ, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗ, ସୁଷମ ବଣ୍ଟନ, ଶିଶୁ ଓ ମାତୃ ଯତ୍ନ ,ଭିଏଚ୍ଏନ୍ ଡ଼ି ଯୋଜନା, ପି ଏମ ସୂର୍ଯ୍ୟ ଘର, ମାଟି ସ୍ୱାସ୍ଥ୍ୟ କାର୍ଡ, ପି ଏମ କିଶାନ ଓ ସି ଏମ କିଶାନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଓ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ରେଡ୍ କ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସିଧା ପଲ୍ଲୀ ବାସିନ୍ଦାଙ୍କର ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।
ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା, ଆପତ୍ତି ଏବଂ ଅଭିଯୋଗ ଗୁଡ଼ିକର ସରକାର ଓ ପ୍ରଶାସନର ନୀୟମାନୁସାରେ ସମାଧାନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜ ଗୁରୁତ୍ୱାରୋପ କରିଥିଲେ ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୫୮ ଗୋଟି ଅଭିଯୋଗ ଆସିଥିବା ବେଳେ, ବ୍ୟକ୍ତି ଗତ ୫୧ ଗୋଟି ଓ ଗ୍ରାମୀଣ ସମସ୍ୟା ଜନିତ ୦୨ ଗୋଟି ଅଭିଯୋଗ ଥିଲା।
ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତତତ୍କାଳ ସମାଧାନ କରିଥିଲେ। ଆଜିର ଜନଶୁଣାଣି ଶିବିରରେ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ , ବି ଡି ଓ ରୁମାନା ଜାଫ୍ରୀ, ଆସିଷ୍ଟାଣ୍ଟ କଲେକ୍ଟର, ଭୁବନେଶ୍ୱର କଅଁର ,ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ପ୍ରମୁଖ ଜନ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଦୋନାମିକା ରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031