Indus Valley Times

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫

 Breaking News

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫

October 28
20:15 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୮/୧୦ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ସମ୍ପ୍ରତି ମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫ ଆୟୋଜନ କରାଯାଇଥିଲା।
ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଏଥିରେ ଉଜ୍ଜ୍ୱଳ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶିତ ହୋଇଥିଲା। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ କ୍ଷେତ୍ରାଧିକାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ ଜଣ ଅଂଶଗ୍ରହଣକାରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଭୋକାଲ୍ ଶାସ୍ତ୍ରୀୟ (ସୋଲୋ), ଭୋକାଲ୍ ଲାଇଟ (ସୋଲୋ), ଶାସ୍ତ୍ରୀୟ ବାଦ୍ୟ ଯନ୍ତ୍ର (ସୋଲୋ), ବାଦ୍ୟ ଯନ୍ତ୍ର ଲାଇଟ (ସୋଲୋ), ନୃତ୍ୟ (ସୋଲୋ), ଦଳଗତ ନୃତ୍ୟ, ନାଟକ ଏବଂ ଫ୍ୟାନ୍ସି ଡ୍ରେସ୍ ଅନ୍ତର୍ଭୁକ୍ତ ।
ଏଗୁଡ଼ିକ ବ୍ୟତୀତ, ରଙ୍ଗୋଲି, ମେହେନ୍ଦି, ସାଲାଡ୍ ସାଜସଜ୍ଜା ଏବଂ ରୋଷେଇ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଯାହା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ କଳାକୃତିକୁ ପ୍ରଦର୍ଶିତ କରିଥିଲା ।
ଏହି ଅବସରରେ, ଖୋର୍ଦ୍ଧା ରୋଡର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ତଥା ରେଳମଣ୍ଡଳ ସାଂସ୍କୃତିକ ସଂଗଠନର ସଭାପତି ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ସହ ଏପରି କାର୍ଯ୍ୟକ୍ରମ ପିଲା ଏବଂ ଯୁବକ ମାନଙ୍କ, ବିଶେଷକରି ରେଳବାଇ ପରିବାରର ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଚମତ୍କାର ମଞ୍ଚ ପ୍ରଦାନ କରିଛି।
ଶ୍ରୀ ମଣ୍ଡଳ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଜେତା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ଏହି ଅବସରରେ ପୁରସ୍କାର ବିତରଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031