Indus Valley Times

ଖୋର୍ଦ୍ଧା :୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

 Breaking News

ଖୋର୍ଦ୍ଧା :୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା :୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
January 20
17:34 2023

ଖୋର୍ଦ୍ଧା,୨୦/୧: ରାଜ୍ୟରେ ବ୍ରାଉନ୍ସୁଗାର ମାଫିଆ ମାତିଛନ୍ତି। କମ ସମୟ ମଧ୍ୟରେ କୋଟିପତି ହେବା ପାଇଁ ମାଫିଆମାନେ ମନ ବଳାଉଛନ୍ତି। ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ୪୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି।
ବ୍ରାଉନ୍ସୁଗାର ଚାଲାଣ କରୁଥିବା ୨ ଜଣଙ୍କୁ ପୁଲିସ ଗିରଫ କରିବା ସହ ଏକ ବୋଲେରୋ ଜବତ କରିଛି ପୁଲିସ। ଅଭିଯୁକ୍ତମାନେ ବିହାରରୁ ବ୍ରାଉନ୍ସୁଗାର ନେଇ ଯାଉଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଧରାପଡ଼ିଛନ୍ତି।
ଗତ ୫ ତାରିଖ ଦିନ ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଥିଲା।
କେଟି ଗ୍ଲୋବାଲ୍ ସ୍କୁଲ ନିଟରେ ଏକ କାରରେ (ସୁଜକି ସୁଇଫ୍ଟ ଓଡି ୦୫ ଜେଡ୍ ୬୮୦୨)ରେ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷ ସେଠାରେ ପହଂଚିଥିଲେ ।
ପୁଲିସ ସେଠାରେ ପହଂଚି ସେମାନଙ୍କ କାର ଯାଂଚ କରିଥିଲେ। ସେଥିରୁ ୫୧ ଗ୍ରାମ ବ୍ରାଉନ୍ସୁଗାର ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ଟଙ୍କା ହେବ ।
ଏହା ସହ ସେମାନଙ୍କ ନିକଟରୁ ୧୧ହଜାର ଟଙ୍କା ନଗଦ ଜବତ କରାଯାଇଥିଲା। ଅଭିଯୁକ୍ତମାନେ ହେଲେ ବୃନ୍ଦାବନ ପ୍ରଧାନ (୪୨) ଓ ତାଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ଓରଫ ରୂପା (୩୬)।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031