Indus Valley Times

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ : ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ

 Breaking News

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ : ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ : ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ
July 18
11:35 2022

ସମ୍ବଲପୁର ୧୮/୭ : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ । ହୀରାକୁଦର ଗେଟ୍ ନମ୍ବର ୭ ଜରିଆରେ ଛଡାଯାଇଛି ବନ୍ୟାଜଳ । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ୬୧୩.୧୫ ଫୁଟ୍ ଜଳ ରହିଛି ।
ତେବେ ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ୍ ପାଣି ଆସିବା ନେଇ ସିଡବ୍ଲୁସି ଆକଳନ କରିଛି ।
ଏହାଛଡା ପାୱାର୍ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ଆଦି ମିଶି ଯେତିକି ପାଣି ଉପରମୁଣ୍ଡରୁ ଆସିବ , ତେଣୁ ସବୁ ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ ।
ଏବେ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଯାହାଫଳରେ ବନ୍ଧ ତଳ ପଟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031