Legatus

ଗଛରୁ ବାହାରିଲା ନଗଦ କୋଟିଏ ଟଙ୍କା

 Breaking News

ଗଛରୁ ବାହାରିଲା ନଗଦ କୋଟିଏ ଟଙ୍କା

ଗଛରୁ ବାହାରିଲା ନଗଦ କୋଟିଏ ଟଙ୍କା
May 03
21:00 2023

ନୂଆଦିଲ୍ଲୀ,୩/୫: ଗଛରୁ ନଗଦ ୧ କୋଟି ଟଙ୍କା ମିଳିବା ଘଟଣା ଜାଣିବା ପରେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା କର୍ଣ୍ଣାଟକରେ ଘଟିଛି।
କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ୍ ଓ ଆୟକର ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଆକସ୍ମିକ ଚଢ଼ାଉ ଜାରି ରଖିଛନ୍ତି। ଏହି କ୍ରମରେ ବୁଧବାର ମଇ ୩ ତାରିଖରେ ଆୟକର ବିଭାଗର ଅଧିକାରୀମାନେ କଂଗ୍ରେସର ଜଣେ ନେତାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ତାଙ୍କ ବାସଭବନର ବଗିଚାରେ ଥିବା ଏକ ଗଛର କୋରଡ଼ରୁ ଆୟକର ବିଭାଗର ଅଧିକାରୀମାନେ ନଗଦ ୧କୋଟି ଟଙ୍କା ପାଇଥିଲେ।
ଆୟକର ଅଧିକାରୀମାନେ ବୁଧବାର ମହୀଶୂରରେ ଥିବା ସୁବ୍ରମଣ୍ୟମ ରାୟଙ୍କ ଘରେ ଏହି ଚଢ଼ାଉ କରିଥିଲେ। ସୁବ୍ରମଣ୍ୟମ ରାୟ ପୁଟ୍ଟୁର ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ବୋଲି ଜଣାପଡ଼ିଛି।
ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଆଇଟି ଅଧିକାରୀମାନେ ଏକ ଘଞ୍ଚ ଗଛର କରୋଡ଼ରେ ରଖାଯାଇଥିବା ଏକ ଆମ୍ବ ବାକ୍ସକୁ ଦେଖୁଛନ୍ତି। ଯେତେବେଳେ ଏହି ବାକ୍ସକୁ ସେମାନେ ଖୋଲୁଛନ୍ତି। ସେଥିରୁ ଗଦାଗଦା ନୋଟ ବାହାରୁଛି। ଯାହାର ଆନୁମାନିକ ୧କୋଟି ହେବ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31