Indus Valley Times

ଗଛରେ ପିଟି ହେଲା କାର୍; ୪ ମୃତ, ୨ ଗୁରୁତର

 Breaking News

ଗଛରେ ପିଟି ହେଲା କାର୍; ୪ ମୃତ, ୨ ଗୁରୁତର

December 03
10:40 2022

ନବରଙ୍ଗପୁର, ୩/୧୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏହି ସମୟରେ ଏକ ଗଛକୁ ସେହି କାରଟି ପିଟିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା ୪ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031