Indus Valley Times

ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ, ୩ ଆହତ

 Breaking News

ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ, ୩ ଆହତ

ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ, ୩ ଆହତ
January 24
11:47 2023

ଗଡ଼ପୋଷ,୨୪/୧: ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଜଳି ଜଣେ ଜୀବନ୍ତ ଦଗ୍ଧ ହବୋ ଘଟଣାରେ ପୁଲିସ୍ ତନାଘନା କରିଛି।ଦୁର୍ଘଟଣା ପରେ ଚାଳକ ଫେରାର ମାରିଥିବା ହେତୁ ପୁଲିସ୍ ଗାଡ଼ି ମାଲିକଙ୍କୁ ପଚରାଉଚରା କରିଛି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାଳକ ତାଙ୍କୁ ମିଛ କହି ଗାଡ଼ି ନେଇଥିଲା ଏବଂ ଦୁର୍ଘଟଣା ପରେ ସେ ଚିନ୍ତିତ ଅଛନ୍ତି। ତେଣେ ପୁଲିସ ଚାଳକକୁ ଖୋଜୁଛି।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ଅନ୍ତର୍ଗତ କରଲାଖମନ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁସାରେ, ଏକ ସାମାଜିକ କାର‌୍ୟ୍ୟକ୍ରମରେ ଯୋଗଦେଇଥିବା ସିମଡେଗାରୁ ସୋମବାର ରାତି ପ୍ରାୟ ୯ ଟାରେ ପିଣ୍ଡାପଥର ପଞ୍ଚାୟତ ପରମାଣପୁର ଢେଟୋପଡ଼ାକୁ ଏକ ବୋଲେରୋ ଯୋଗେ ଫେରୁଥିବା ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଚାଳକଙ୍କ ସମେତ ଚାରିଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ପଛପଟେ ବସିଥିବା ସୁରେଶ ଲୁଗୁନ୍ ବାହାରି ପାରି ନଥିଲେ।
ତାଙ୍କୁ ବାହାର କରିବାକୁ ତାଙ୍କ ଦୁଇ ଭାଇ ସୁଲେ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଏକ୍କା ଉଦ୍ୟମ କରିଥିଲେ। ସେମାନେ ଗୁରୁତର ଆହତ ହୋଇଥିବା ସତ୍ତ୍ବେ ଭାଇକୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ। ମାତ୍ର ନିଆଁ ତୀବ୍ର ହେବାରୁ ସେମାନେ ବିଫଳ ହୋଇଥିଲେ। ସୁରେଶ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ। ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଗୁରୁତର ଆହତ ତିନିଜଣଙ୍କୁ ଗଡ଼ପୋଷ ମେଡିକାଲକୁ ନେଇଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ତିନି ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଆରଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କୁତ୍ରା ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେମାନେ ଜଣେ ସଂପର୍କୀୟ ଯୁବତୀଙ୍କ ନିର୍ବନ୍ଧ କାର‌୍ୟ୍ୟକ୍ରମ(ବଡ଼କୁଟୁମ୍ବ)ରେ ଯୋଗଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଗୋବିନ୍ଦପୁର ଥାନାଧିକାରୀ ବିଧୁ ଭୂଷଣ ମିଶ୍ର ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ଦୁର୍ଘଟଣା ପରେ ବୋଲେରୋ ଚାଳକ ଫେରାର୍ ହୋଇଯାଇ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031