Indus Valley Times

ଗଜପତି:ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

 Breaking News

ଗଜପତି:ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

May 17
20:42 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କାର୍ଯ୍ୟକ୍ରମରେ ଆନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି:ତିରୁପତି ରାଓ , ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କାଶୀନଗର ଏନଏସି: ଅଧ୍ୟକ୍ଷା ଶ୍ରୀମତୀ ଏମ: ସୁଧାରାଣୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ ଏବଂ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁୀକାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ପରିଚାଳନା କରି ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଥିଲେ ଯେ , ଗଜପତି ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରିବାକୁ ହେବ ଏବଂ ଯାହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶ-ନାମାକୁ ପାଳନ କରି ପୂର୍ବପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି ବୋଳି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ ।
ସେହିପରି ଅପହଞ୍ଚ ଅଞ୍ଚଳରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଯଥା:- କିରୋସିନ , ମହମବତୀ , ଦିଆସିଲି ଏବଂ ଶୁଖିଲା ଖାଦ୍ୟ ପ୍ରଭୃତି ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥିଲା ।
ସେହିଭଳି , ସମସ୍ତ ବ୍ଲକ, ତହସିଲ ଓ ସହର ଅଞ୍ଚଳ ସ୍ତରରେ ପ୍ରଚୁର ପରିମାଣରେ ରିଲିଫ ସାମଗ୍ରୀ , ବନ୍ୟା ସମୟରେ ପ୍ରସୂତି ମହିଳାଙ୍କ ପାଇଁ ସ୍ଥାନାନ୍ତରିଣ ଓ ଚିକିତ୍ସା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା ।
ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ , ଜିଲ୍ଲା ଯୋଗାଣ ବିଭାଗ , ପୂର୍ତ୍ତ ବିଭାଗ , ଜନସ୍ୱାସ୍ଥ୍ୟ ବିଭାଗ , ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ବନ ବିବାଗ , ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ , ଟେଲିକମ ବିଭାଗ ପ୍ରଭୃତି ବିଭାଗ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ ଠିକ୍ ଭାବେ ସମ୍ପାଦନ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ମୁଖ୍ୟତଃ ଏନ୍ଡିଆର୍ଏଫ , ଓଡ୍ରାଫ ଓ ଅଗ୍ନିଶମ ବିଭାଗ , ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ସେମାନଙ୍କ ବହୁ ଗୁରୁଦାୟିତ୍ୱ ରହିଥିବା ବେଳେ ସେମାନେ ଧନଜୀବନକୁ ରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କୁହା ଯାଇଥିଲା । ସେହିପରି ଆଞ୍ଚଳିକ ପରିବହନ ବିଭାଗ କିପରି ବିପର୍ଯ୍ୟ ୟ ସମୟରେ ବିଭିନ୍ନ ଯାତ୍ରୀବାହୀ ଓ ମାଲ ବୋଝଇ ଗାଡି ପ୍ରସ୍ତୁତି କରି ରଖିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ ବିଡ଼ିଓ , ତହସିଲଦାର , ପାରଳାଖେମୁଣ୍ଡି ଓ କାଶୀନଗର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031