Indus Valley Times

ଗଜପତି:ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅଞ୍ଜଳି-୨୦୨୨ , ପ୍ରତିଭା ବିକଶିତ , ଅଧିକାର ଅଧିନିୟମ-୨୦୧୬ କାର୍ଯ୍ୟକାରିତା ଓ ପ୍ରଚାର ପ୍ରସାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

 Breaking News

ଗଜପତି:ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅଞ୍ଜଳି-୨୦୨୨ , ପ୍ରତିଭା ବିକଶିତ , ଅଧିକାର ଅଧିନିୟମ-୨୦୧୬ କାର୍ଯ୍ୟକାରିତା ଓ ପ୍ରଚାର ପ୍ରସାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

November 30
20:16 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୦/୧୧: ଭୁବନେଶ୍ଵର ଠାରେ ମାସବ୍ୟାପୀ ଚାଲିଥିବା ଭିନ୍ନକ୍ଷମ ଶିଶୁ ଓ ଯୁବକ ମାନଙ୍କ ଆନ୍ତର୍ଜାତିକ ମହୋତ୍ସବ “ଅଞ୍ଜଳି”- ୨୦୨୨ କାର୍ଯ୍ୟକ୍ରମ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅଞ୍ଜଳି-୨୦୨୨ , ପ୍ରତିଭା ବିକଶିତ ଓ ଅଧିକାର ଅଧିନିୟମ-୨୦୧୬ କାର୍ଯ୍ୟକାରିତା ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ “ସିସିଡ଼ି” ଓ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵରର “ସ୍ୱାଭିମାନ” ଅନୁଷ୍ଠାନ ସହାୟତାରେ ଅନୁଷ୍ଠିତ ହୋଇଯାଇଛି ।
“ସମର୍ଥ” ର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଏମ: ମୁବାରକ୍ ଅଲ୍ଲୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆଇନ ସମ୍ପର୍କରେ ତୃଣମୂଳ ସ୍ତରରେ ସମସ୍ତେ ଜାଣିବା ସହ ସାମାଜିକ ସ୍ତରରେ ସମସ୍ତେ ଜଡ଼ିତ ହେବା ଏବଂ ପରିବାରର ଏ ଦିଗରେ ସମର୍ଥନ ରହିଲେ ହିଁ ଏହି ଆଇନର ସଫଳତା ବୃଦ୍ଧି ପାଇଁ ବୋଲି କହିଥିଲେ ।
ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ସରକାରୀ ଓକିଲ ଶ୍ରୀ ଶରତ ପ୍ରଧାନ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସୁରକ୍ଷା , ବିକାଶ ଓ ସହଭାଗିତା ପ୍ରଭୃତି ରହିଥିବା ଅଧିକାର ସମ୍ପର୍କରେ କହି ଏହି ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ରହିଥିବା ଦଣ୍ଡବିଧାନର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସି ସିଡି ସଂପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ,”ନିୟତି” ଭିନ୍ନକ୍ଷମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରକ୍ଷ ନନ୍ଦ ବେବର୍ତ୍ତା , ସାମାଜିକ ସୁରକ୍ଷା ବିଭାଗ ଉପଖଣ୍ଡିୟ ଅଧିକାରିଣୀ ଶ୍ରୀମତୀ ଉତ୍ସର୍ଗିତା ରଇତ , ଜିଲ୍ଲା ସ୍ୱୟଂ ଓ ଓଏଲଏମ: ର ଜେଣ୍ଡର ଇଣ୍ଟରଭେନସନ ଜିଲ୍ଲା ସଂଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଲିଡର ଶ୍ରୀ ବିଭୂତି ଦଳେଇ , “ସଖୀ” ୱାନ-ଷ୍ଟପ କେନ୍ଦ୍ରର କାଉନସିଲର ଶ୍ରୀମତୀ ମୀନା କୁମାରୀ ଟହଲ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ “ଆକ୍ଟ-୨୦୧୬” ଓ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ସମର୍ଥର ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , କର୍ମଶାଳା କାର୍ଯ୍ୟକ୍ରମରେ ସଂଯୋଜନା କରି ଭିନ୍ନକ୍ଷମ ମାନଙ୍କ ଅଧିକାର , ସୁରକ୍ଷା ଓ ଆଇନ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଧିଷ୍ଟ ଅଧିକାର ଅଧିନିୟମ ଆକ୍ଟ-୨୦୧୬ ଗାଁ ଗହଳିରେ କିଭଳି ବହୁଳ ପ୍ରଚାର ପ୍ରସାର ହୋଇ ଭିନ୍ନକ୍ଷମ ମାନେ କିଭଳି ଏହାର ସୁଯୋଗ ନେଇ ଉପକୃତ ହୋଇ ପାରିବେ , ଏହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଏହି ଅବସରରେ ଉପସ୍ଥିତ ଭିନ୍ନକ୍ଷମ ଓ ଅନ୍ୟମାନଙ୍କ ସଚେତନତା ପାଇଁ ୧୫ ମିନିଟର ଭିନ୍ନକ୍ଷମ ଓ ସେମାନଙ୍କ ବିକାଶ ଆଧାରିତ ଏକ ଉପାଦେୟ ଭିଡିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା , ସେରଙ୍କ , ଭୁବନି ଓ ତୁମୁଲ ପଞ୍ଚାୟତର ଜନପ୍ରତିନିଧି , ସମର୍ଥ ଅନୁଷ୍ଠାନର ଅନ୍ତେବାସୀ , ସଖି ୱାନ-ଷ୍ଟପ କେନ୍ଦ୍ରର କାଉନସିଲର , ସିସିଡ଼ି କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031