Indus Valley Times

ଗଜପତି:ମାନବିକ ଅଧିକାର ସାମ୍ମୁଖ୍ୟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ମାନବିକ ଅଧିକାର ସାମ୍ମୁଖ୍ୟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:ମାନବିକ ଅଧିକାର ସାମ୍ମୁଖ୍ୟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
November 07
21:20 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି ,୭/୧୧ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷ\’ରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ଏଡଭୋକେଟ ଶ୍ରୀ ଦୁର୍ଯ୍ୟୋ ଧନ କରାଡ଼ଙ୍କ ସଭାପତିତ୍ୱରେ ଉପାନ୍ତ ଅଞ୍ଚଳରେ ଭାଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ଆବାହକ ତଥା ହାଇକୋର୍ଟର ବରିଷ୍ଠ ଏଡଭୋକେଟ ଶ୍ରୀ ରାଜୀବ କୁମାର ପଟନାୟକ ଏବଂ ନେସନାଲ ହ୍ୟୁମାନ ରାଇଟ୍ସ କମିଶନ ନୂଆଦିଲ୍ଲୀ ସଦସ୍ୟ ଶ୍ରୀ ମନୋଜ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥିମାନେ ମୁଖ୍ୟତଃ ମାନବିକ ଅଧିକାର କଣ , ମାନବିକ ଅଧିକାର କିଭଳି କ୍ଷୁର୍ଣ୍ଣ ଓ ଉଲଂଘନ ହୋଇଥାଏ , ଏହାର ସୁରକ୍ଷାର ଉପାୟ ଓ ପ୍ରଶାସନିକ ବ୍ୟବସ୍ଥା କିଭଳି ହେବା ଆବଶ୍ୟକ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ ସମାଜରେ କିଭଳି ସ୍ୱାଭିମାନର ସହ ବଞ୍ଚିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ଅଡ଼ବା ଥାନାଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ମାନବିକ ଅଧିକାର କଣ ଓ ତାର ଉଲଂଘନ ହେଲେ କି ପ୍ରକାର ଓ କିଭଳି ପଦକ୍ଷେପ ନେବାକୁ ହେବ କହିଥିଲେ ।
ଅନ୍ୟପକ୍ଷରେ ଆମେ ଆମର ଅଧିକାର ପାଇବା ପାଇଁ ସଂଗଠିତ ଓ ସଚେତନ ହେଲେ ସମାଜରେ କେହି ହେଲେ ମାନବିକ ଅଧିକାର ରୁ ବଞ୍ଚିତ କି ଲାଂଛିତ ହେବେ ନାହିଁ ବୋଲି କହିଥିଲେ ।
ଶେଷରେ ଶ୍ରୀ ମଧୁସୂଦନ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବୀର , ରବୀନ୍ଦ୍ର କୁମାର ନାୟକ , ୟୁ:ଦୋରା, ଶରତ ଚନ୍ଦ୍ର ମଲ୍ଲିକ , ପ୍ରମିଳା ପଣ୍ଡା , ସନ୍ତୋଷ କୁମାର ଗୌଡ଼ , ଲକ୍ଷ୍ମଣ ଚୌଧୁରୀ ପ୍ରମୁଖଙ୍କ ସମେତ ୬ ଟି ବ୍ଲକରେ ଥିବା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ମାନେ ଯୋଗ ଦେଇ ଥିଲେ । ଶେଷରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031