Indus Valley Times

ଗଜପତି:ଲକ୍ଷ୍ମୀପୁର ଏସଏସଡି: ବାଳିକା ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ଲକ୍ଷ୍ମୀପୁର ଏସଏସଡି: ବାଳିକା ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:ଲକ୍ଷ୍ମୀପୁର ଏସଏସଡି: ବାଳିକା ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
January 14
20:46 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଠାରେ ଥିବା ଏସଏସଡି: ବାଳିକା ଉଚ୍ଚ ବିଦ୍ୟାଳୟର ୩୨ ତମ ବାର୍ଷିକ ଉତ୍ସବ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିଏଚ୍: ଗୀତାଞ୍ଜଳୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବ କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ପୃଷ୍ଟି , ମୁଖ୍ୟବକ୍ତା ଭାବେ ଶ୍ରୀ ସୁରେଶ ସାହୁକାର , ଅନ୍ୟତମ ଅତିଥି ବାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପିତାମ୍ବର ନାୟକ , ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜଗନ୍ନାଥ ଭୂୟାଁ , ଏସଏସଡି: ସଦସ୍ୟ ଶ୍ରୀ ସନ୍ୟାସୀ କାର‌୍ୟୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦ ଯଥା:- ଶ୍ରୀ ରମେଶ ଶବର , ଶ୍ରୀ ଭାସ୍କର ଶବର , ଶ୍ରୀ ସୂର୍ଯ୍ୟନାରାୟଣ ପ୍ରଧାନ , ଶ୍ରୀ ଜଗନ୍ନାଥ ରାଓ ଏବଂ ସାମ୍ବାଦିକ ଶ୍ରୀ କୁଞ୍ଜବିହାରୀ ବଡକୁମର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ସହ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୀତ ପରିବେଷଣ କରା ଯାଇଥିଲା ।
ଏହି ଉତ୍ସବ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରା ଯାଇଥିଲା ।
ଏଥି ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସୁନିଲ କୁମାର ନାୟକ , ଶ୍ରୀ ପ୍ରକାଶ ପାତ୍ର , ଶ୍ରୀ କରୁଣାନିଧି ପଟ୍ଟନାୟକ , ଶ୍ରୀ ଲୋକନାଥ ମାନ୍ତ୍ର , ଶ୍ରୀ ଫିରୋଜ ଖାନ୍ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସିଏଚ: ଗୀତାଞ୍ଜଳୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031