Indus Valley Times

ଗଜପତି:ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

 Breaking News

ଗଜପତି:ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

ଗଜପତି:ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ
June 29
21:08 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୬: ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼.ଗୁଣନିଧି ନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କୁମାର ମହାନ୍ତି , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମାୟାଧର ସ୍ୱାଇଁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , , ଜିଲ୍ଲା ମଙ୍ଗଳ କମିଟି, ଅଧ୍ୟକ୍ଷ , ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ଏବଂ ଚାଇଲ୍ଡ ଲାଇନ୍ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ ,
ଶିଶୁ ଶ୍ରମିକ ଉଚ୍ଛେଦ ନେଇ ସମ୍ବିଧାନରେ ଉଲ୍ଲେଖ ଥିବା ମୌଳିକ ଅଧିକାର ସମେତ ବିଭିନ୍ନ ଧାରା ବିଷୟରେ ଆଲୋକପାତ କରି ସହ ସମାଜରେ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବାର ମାନସିକତା ଦୂର କରିବାର ଆବଶ୍ୟକତା ରହିଛି ଓ ଏଥି ନିମନ୍ତେ ସମସ୍ତଙ୍କର ସହଭାଗିତା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି।
ଶିକ୍ଷା ପ୍ରତି ସଚେତନତା ସାଙ୍ଗକୁ ଉପଯୁକ୍ତ ଥଇଥାନ ମାଧ୍ୟମରେ ଏହା ଲୋପ ପାଇପାରିବ ଓ ଶିଶୁଟିଏ ନିଜର ଭବିଷ୍ୟତ ଗଠନ ଦିଗରେ ଆଗେଇ ପାରିବ ବୋଲି ମଧ୍ୟ ସେ ମତପ୍ରକାଶ କରିଛନ୍ତି ।
ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଭାରତୀ ବେହେରା ଶିଶୁ ଶ୍ରମିକ ଉଚ୍ଛେଦ ବିଷୟର ବିଭିନ୍ନ ଦିଗ ସମ୍ପର୍କରେ କହି ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ବୋଲି ସେ ସୂଚନା ଦେଇଥିଲେ । ଏଥି ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେବା ସହ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବା ଉପରେ ମଧ୍ୟ ସୂଚନା ଦେଇଛନ୍ତି।
ବିଭିନ୍ନଅନୁଷ୍ଠାନରୁ ଯୋଗ ଦେଇଥିବା ସଭ୍ୟ ସଭ୍ୟାମାନେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବା ସହ ଏହା ସହ ଯୋଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
କାର‌୍ୟ୍ୟକ୍ରମ ଶେଷରେ ଶ୍ରୀ ସୁକାନ୍ତ କୁମାର ପଣ୍ଡା,ମଙ୍ଗଳ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ସମେତ ଅନ୍ୟ ମାନଙ୍କ ମଧ୍ୟରେ ଏନଜିଓ ସଂସ୍ଥା, ମିଲର ସଦସ୍ୟ, ଚାମ୍ବର ଅଫ କମର୍ସ, ନିର୍ମାଣ ଶ୍ରମିକ, ଚାଇଲ୍ଡ ଲାଇନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031