Indus Valley Times

ଗଜପତି: ଆକଂକ୍ଷୀ ବ୍ଲକ ଗୁମ୍ମା ଠାରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସରରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ,୬୦ ଜଣ କାର୍ଯ୍ୟାଦେଶ ପତ୍ର ପାଇ କେନ୍ଦ୍ର ସରକାରଙ୍କୁ ଜଣାଇଲେ ଧନ୍ୟବାଦ୍

 Breaking News

ଗଜପତି: ଆକଂକ୍ଷୀ ବ୍ଲକ ଗୁମ୍ମା ଠାରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସରରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ,୬୦ ଜଣ କାର୍ଯ୍ୟାଦେଶ ପତ୍ର ପାଇ କେନ୍ଦ୍ର ସରକାରଙ୍କୁ ଜଣାଇଲେ ଧନ୍ୟବାଦ୍

November 19
20:24 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୧୧: ଗଜପତି ଜିଲ୍ଲାର ଆକଂକ୍ଷି ବ୍ଲକ୍ ଗୁମ୍ମା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଗୁମ୍ମା ପଞ୍ଚାୟତ ସମିତି ଓ ଗଜପତି ଜିଲ୍ଲା ଜଳ ଓ ପରିମଳ ମିଶନର ମିଳିତ ଆନୁକୁଲ୍ୟରେ ଗ୍ରାମୀଣ ସ୍ଵଚ୍ଛ ଭାରତ ମିଶନ – ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ବିଶ୍ଵ ଶୌଚାଳୟ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମେତ ଶପଥ ପାଠ ଓ କାର୍ଯ୍ୟାଦେଶ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ପାଇଁ ୬୦ ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ସହ କୃତଜ୍ଞତା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ନାରା ମାନ ଦେଇ ଗୁମ୍ମା ଗ୍ରାମ ପରିକ୍ରମା କରିଥିଲେ ।
ପରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଏବିଡିଓ: ଶ୍ରୀ ବିପ୍ର ଚରଣ ପ୍ରଧାନ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚରଣ ପୁଜାରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ କହିବା ସହ ବାହ୍ୟ ମଳମୁକ୍ତ ଓ ଅଳିଆ ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହୋଇ ସ୍ୱଚ୍ଛତାର ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆହ୍ବାନ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ସ୍ଵଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶାର ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯିବା ସହ ଶପଥ ପାଠ , ପାଇଖାନା ନିର୍ମାଣ ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ ହିତାଧିକାରୀ ମାନଙ୍କୁ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଗୁମ୍ମା ବ୍ଲକ ସଂଯୋଜକ ଶ୍ରୀ ଅରବିନ୍ଦ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ଅଳିଆ ଆବର୍ଜନା ଏଣେ-ତେଣେ ନ ଫିଙ୍ଗିବା , ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା , ପରିବେଶ ଚତୁଃପାର୍ଶ୍ଵ ସଫା ସୁତୁରା ରଖିବା , ସର୍ବଦା ପାଇଖାନା ବ୍ୟବହାର କରିବା ଏବଂ ବାହ୍ୟ ମଳତ୍ୟାଗ କୁ ଛି କରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ସଚେତନ କରା ଯାଇଥିଲା ।
ଶୌଚାଳୟ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କ ପକ୍ଷରୁ ଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତର ୩ ଜଣ ଯୋଗ୍ୟ ହିତାଧିକାରୀ ଶ୍ରୀ ମହେଶ୍ୱର ପାଣି , ସଞ୍ଜୁ ମଣ୍ଡଳ , ଶୁଭନିତା ରଇତ ଏବଂ ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚରଣ ପୁଜାରୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031