Indus Valley Times

ଗଜପତି : ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ

 Breaking News

ଗଜପତି : ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ

ଗଜପତି : ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ
June 17
09:48 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୬: ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।
ରଜ ଦୋଳିର ସୁନ୍ଦର ଆୟୋଜନ କରା ଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟିର ସଦସ୍ୟ ବୃନ୍ଦ ଓ ପଥଚାରୀ ମାନେ ଆଗ୍ରହ ର ସହିତ ରଜ ଉତ୍ସବର ମଜା ନେଇ ଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ପ୍ରମୁଖ ପରିଚାଳନା କରିଥିଲେ।
ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି , ଅଳତା ଲଗାଇ ସଜେଇ ଦିଆ ଯାଇଥିଲା। ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା:-ପୋଡପିଠା , ଗଜା , କାକରା , ଲଡୁ , ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜ ପାନ ଏବଂ ଶୀତଳ ପାନୀୟ ପରିବେଷଣ କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନ ର ସଦସ୍ୟ ମାନେ ଯଥା: – ସରିତା ପାଣିଗ୍ରାହୀ , ଅନୀତା ସାହୁ , ଛନ୍ଦା ଟହଲ , ମମତା ପାତ୍ର , ଉଷାରାଣୀ ବାରିକ ,ଲୁନା କୁମାରୀ ଓ ସୁନୀତା ବେହେରା ପ୍ରମୁଖ ଯୋଗ ଦେଇ କାର‌୍ୟ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031