Indus Valley Times

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୧

 Breaking News

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୧

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୧
October 10
17:17 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୦/୧୦: ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିସ୍ୟାଧିକାରୀଙ୍କ କାର‌୍ୟ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୧ କାର‌୍ୟ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତରେ ବିଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବାହାରିଥିବା ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥକୁ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର ଏବଂ ପ୍ରାଧିକରଣ ସଚିବ ଶ୍ର ବ୍ୟୋମକେଶ ନାୟକ ସବୁଜ ପତାକା ଦେଖାଇ ରଥ\’ର ଶୁଭାରମ୍ଭ କରିଥିଲେ । ପରେ ସଚେତନତା ରଥ ସହର ଅଭିମୁଖେ ପରିକ୍ରମା କରିଥିଲା ।
ଏହାପରେ ସଚେତନତା ସଭା କାର‌୍ୟ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ସିଡିଏମଓ ଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଚେତନତା ସଭା କାର‌୍ୟ୍ୟକ୍ରମରେ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଆଜାଦିକା ଅମୃତ ମହୋତ୍ସବ ଓ ଦିବସ ପାଳନର ତାତ୍ପର‌୍ୟ୍ୟ ସମ୍ପର୍କରେ କହିଥିଲେ ।
ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅତିଥି ଭାବେ ଯୋଗଦେଇ ଆଜାଦିକା ଅମୃତ ମହୋତ୍ସବ ଓ ଚାଲିଥିବା ପାନ ଇଣ୍ଡିଆ ସଚେତନତା କାର‌୍ୟ୍ୟକ୍ରମ ସମେତ ଦିବସ ପାଳନର ବିଭିନ୍ନ ଦିଗ ସମ୍ପର୍କରେ କହି ମାଗଣା ଆଇନସେବା ଉପଲବଧ ଓ ମାନସିକ ସ୍ୱାସ୍ଥ୍ୟ ରୋଗର ଲକ୍ଷଣ ଓ ତାର ନିରାକରଣ ବିଷୟରେ କହି ସନ୍ତୁଳିତ ଓ ଶୃଙ୍ଖଳିତ ଦୈନନ୍ଦିନ ଜୀବନଶୈଳୀ ବିଷୟରେ ବୁଝାଇଥିଲେ। ।
ମୁଖ୍ୟତଃ ଶାରୀରିକ କି ଭୌଗୋଳିକ କି , ସାମାଜିକ କି ଆଇନଗତ ବ୍ୟାଧି ହେଉ , ସେମାନଙ୍କୁ ଯଦି ଚିହ୍ନଟ ସହ ଠିକ କରି କର୍ମଠ କରାଇ ସମାଜର ମୁଖ୍ୟ ସ୍ରୋତ\’ରେ ସାମିଲ କରିପାରିବା , ତାହେଲେ ଆଜାଦିକା ଅମୃତ ମହୋତ୍ସବ\’ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜେଏମଏଫସି(ଓଏଡବ୍ଲ୍ୟୁ) ମାଜିଷ୍ଟ୍ରେଟ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ,ଡିପିଏଚଓ ଡାଃ ମୁବାରକ ଅଲ୍ଲୀ , ଡିଏମଓ ଡାଃ ପ୍ରମୋଦ କୁମାର ପଣ୍ଡା , ଶିକ୍ଷାବିତ ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା , ମାନସିକ ଅନଗ୍ରସର ବିଦ୍ୟାଳୟ ନିୟତି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ କଣ , ତାର ଲକ୍ଷଣ , ଚିହ୍ନଟ , ନିରାକରଣ , ଔଷଧ ସେବନ ଓ ଦୈନନ୍ଦିନ ଜୀବନ ଶୈଳୀ କିଭଳି ହେବା ଉଚିତ ସେ ସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଏହାପରେ ଏକ କୁଇଜ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଦିଆ ଯାଇଥିଲା ।
ସମସ୍ତ କାର‌୍ୟ୍ୟକ୍ରମରେ ସଂଯୋଜନା କରିଥିଲେ , ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର‌୍ୟ୍ୟକ୍ରମର ଶ୍ରୀ ପ୍ରାଣ ରଞ୍ଜନ ନାୟକ ଏବଂ ଧନ୍ୟବାଦ ଦେଇଥିଲେ ଡିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ ।
ଏହି ସମସ୍ତ କାର‌୍ୟ୍ୟକ୍ରମ\’ରେ ମହିଳା ସ୍ବାସ୍ଥ୍ୟକର୍ମୀ , ଏଏନଏମ:, ଆଶାକର୍ମୀ , ଏଏନଏମ ଟ୍ରେନିଂ ଛାତ୍ରୀ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରାଧିକରଣର କର୍ମଚାରୀ , ଏବଂ ପ୍ୟାନେଲ ଲୋୟର ପ୍ରମୁଖ ମାନେ ଯୋଗ ଦେଇଥିଲେ ।
ସମସ୍ତ କାର‌୍ୟ୍ୟକ୍ରମକୁ ପ୍ରାଧିକରଣ କାର‌୍ୟ୍ୟାଳୟ\’ର ରଘୁ ନନ୍ଦନ ଦାସ ଓ କାହ୍ନୁ ଚରଣ ପଣ୍ଡା ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031