Indus Valley Times

ଗଜପତି: ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ , ଛାତ୍ରଛାତ୍ରୀ ବେଶ ଖୁସି ଓ ପାରଳାଖେମୁଣ୍ଡି ଚଳଚଞ୍ଚଳ

 Breaking News

ଗଜପତି: ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ , ଛାତ୍ରଛାତ୍ରୀ ବେଶ ଖୁସି ଓ ପାରଳାଖେମୁଣ୍ଡି ଚଳଚଞ୍ଚଳ

February 07
18:58 2022

ଗରେଶ ରାଜୁଙ୍କ ରିପୋର୍ଟ
ଗଜପତି,୭/୨ : ଦୀର୍ଘ ଦିନ ପରେ ଆଜିଠାରୁ ହାଇସ୍କୁଲ ଓ କଲେଜ ଖୋଲିଥିବା ଯୋଗୁଁ ଛାତ୍ରଛାତ୍ରୀ ଏ ଦିଗରେ ବେଶ ଖୁସି ଥିବା ସହ ପାରଳାଖେମୁଣ୍ଡି ସହର ବେଶ ଚଳଚଞ୍ଚଳ ହୋଇପଡିଛି ।
ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତି ଓ ଘୋଷଣା ପ୍ରକାରେ ଆଜି ସୋମବାର ଠାରୁ ଅଷ୍ଟମ ଶ୍ରେଣୀଠାରୁ ଉର୍ଦ୍ଧ୍ବ ଅର୍ଥାତ ହାଇସ୍କୁଲ ଓ କଲେଜ ଖୋଲିଥିବା ସହ ପାଠପଢ଼ା ଆରମ୍ଭ ହୋଇଛି । ଏହି ଅବସରରେ ଦୀର୍ଘଦିନ ପରେ ଛାତ୍ରଛାତ୍ରୀ ମାନେ ଅଫଲାଇନ ପାଠପଢ଼ା ପାଇଁ ସ୍କୁଲ ଆସିଥିବା ଯୋଗୁ ସେମାନଙ୍କ ମଧ୍ୟରେ ବେଶ ଆନନ୍ଦ ଭରି ରହିଥିବା ପରିଲକ୍ଷିତ ହୋଇଛି ।
ଦୀର୍ଘ ମାସଧରି କରୋନା ମହାମାରୀର ସଂକ୍ରମଣତା ଯୋଗୁଁ ସ୍କୁଲ , ହାଇସ୍କୁଲ ଓ କଲେଜ ପ୍ରଭୃତି ବନ୍ଦ ରହିବା ସହ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ମଧ୍ୟରେ ଅନଲାଇନ ପାଠପଢ଼ା ଚାଲିଥିଲା ଏବଂ ସେଥିରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ବର୍ତ୍ତମାନ କରୋନା ମହାମାରୀର ତୃତୀୟ ଲହର ଚାଲିଛି ,ଏହି ତୃତୀୟ ଲହରର ପ୍ରାରମ୍ଭରେ କରୋନାର ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇ ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା ।
ତେବେ ଏଇ ଗତ କିଛିଦିନ ହେଲା ତୃତୀୟ ଲହରର କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସି ପରିସ୍ଥିତି ନିୟନ୍ତ୍ରଣକୁ ଆସିଯିବା ଫଳରେ ପୂର୍ବରୁ ୭ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟର ସମସ୍ତ ଅଷ୍ଟମ ଶ୍ରେଣୀ ଠାରୁ ଉର୍ଦ୍ଧ୍ବ ଶ୍ରେଣୀ ଅର୍ଥାତ ହାଇସ୍କୁଲ ଓ କଲେଜ ଖୋଲିବା ସହ ପାଠପଢ଼ା ଆରମ୍ଭ କରିବା ଦିଗରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ନିଆ ଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆଜିଠାରୁ ପାରଳାଖେମୁଣ୍ଡି ସହରରେ ଥିବା ସମସ୍ତ ହାଇସ୍କୁଲ ଓ କଲେଜ ଆଜିଠାରୁ ଖୋଲିଥିବା ସହ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଛାତ୍ରୀଛାତ୍ର ମାନେ ବେଶ ଖୁସି ଥିବା ପରିଲକ୍ଷିତ ହୋଇଛି ।
ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ମହିଳା ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ହାଇସ୍କୁଲ ଓ କଲେଜକୁ ଯାଉଥିବା ଓ ଶ୍ରେଣୀରେ ଦୂରତା ରଖି ବସି ପାଠ ପଢ଼ୁଥିବା ଦେଖା ଯାଇଥିଲା ।
ଛାତ୍ରଛାତ୍ରୀ ମାନେ ହାଇସ୍କୁଲ ଓ କଲେଜକୁ ପ୍ରବେଶ କରିବା ପୂର୍ବରୁ ସମ୍ପୃକ୍ତ ବିଦ୍ୟାଳୟ ଓ କଲେଜ ପକ୍ଷରୁ ସେମାନଙ୍କ ପାଇଁ ହାତ ସେନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ବ୍ୟବସ୍ଥା କରା ଯାଇଥିଲା ।
ଅନ୍ୟପକ୍ଷରେ ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀ ମାନେ କୋଭିଡ ଗାଇଡ଼ ଲାଇନକୁ ମାନି ସମସ୍ତେ ମାସ୍କ ପିନ୍ଧିଥିବା ସହ ସାମାଜିକ ଦୂରତା ବଜାୟ ରଖି ବସିଥିବା ଓ ପାଠ ପଢୁଥିବା ଦେଖା ଯାଇଥିଲା ।
ଏ ସମ୍ପର୍କରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯଥା:- ଲକ୍ଷ୍ମଣ ନାୟକ , ସନ୍ତୋସିନୀ ସ୍ୱାଇଁ , ଲକ୍ଷ୍ମୀ ପଲେଇ ଏବଂ ମୋନାଲିଶା ଗ୍ୟା ପ୍ରମୁଖ କହିଛନ୍ତି ଯେ , ଆଜି କରୋନା କଟକଣା ମଧ୍ୟରେ ବହୁଦିନ ପରେ ସ୍କୁଲ ଓ କଲେଜ ଖୋଲିଛି । ଏଥିରେ ଆମେ ବହୁତ ଖୁସି । ସ୍କୁଲ ବନ୍ଦ ଥିବାବେଳେ ଆମେ ଅନଲାଇନରେ ପାଠ ପଢୁଥୁଲୁ । କିନ୍ତୁ ନେଟୱର୍କ ଅସୁବିଧା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲୁ । ସେଥିରେ ଆମର ସନ୍ଧେହ ସବୁ ଠିକ ଭାବେ ବୁଝି ପାରୁ ନ ଥିଲୁ । ବର୍ତ୍ତମାନ ସ୍କୁଲ ଖୋଲିଛି ବହୁତ ଖୁସି ଅଛୁ । ଆମର ସନ୍ଧେହ ଆମେ ଶ୍ରେଣୀରେ ମେଡମ ଓ ସାର ମାନଙ୍କ ଠାରୁ ସିଧାସଳଖରେ ଭଲଭାବେ ବୁଝିପାରିବୁ ବୋଲି କହିଥିଲେ ।
ସେହିଭଳି ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି ଯେ , କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଛି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପାଳନ କରି ପିଲାମାନଙ୍କୁ ହାତ ସେନିଟାଇଜ କରାଯିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି ଏବଂ ଶ୍ରେଣୀରେ ପିଲା ମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଏବଂ ଦୂରତାରେ ବସିବାକୁ କହି ପାଠ ପଢ଼ା ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031