Indus Valley Times

ଗଜପତି: ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ନିଶା କାରବାର ନିଷେଧ ଦିବସ ପାଳିତ

 Breaking News

ଗଜପତି: ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ନିଶା କାରବାର ନିଷେଧ ଦିବସ ପାଳିତ

June 28
10:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୬: ଗଜପତି ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି ଓ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଏବଂ ଜିଲ୍ଲା ପ୍ରଶାସନ, ଗଜପତି ର ମିଳିତ ଆନୁକୂଲ୍ୟରେ ପାରାଳାଖେମୁଣ୍ଡି ସ୍ଥିତ ସିସିଡ଼ି ତାଲିମ ଗୃହ ଠାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ନିଶା କାରବାର ନିଷେଧ ଦିବସ ପାଳିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମରେ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମମତା ପାଢ଼ୀ , ଜିଟିଏମ ସ୍ୱୟଂ ର ଜିଲ୍ଲା ସଂଯୋଜିକା ଶିବାନୀ ପାଣିଗ୍ରାହୀ ଓ ସଖି ୱାନ ଷ୍ଟାଫ ସେଣ୍ଟର ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
ଏଥିରେ ମୋଟ ୩୫ ଜଣ ସଭ୍ୟ ସଭ୍ୟା ଓ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସିସିଡ଼ି ସଂଯୋଜକ ଏ. ଜଗନ୍ନାଥ ରାଜୁ ସ୍ୱାଗତ ଜଣାଇ ଆଜିର ସମାଜ\’ରେ ନିଶା ସେବନର ଭୟାଭୟତା ଓ ଏହାର ପରିବାର ଉପରେ କୁପ୍ରଭାବ ତଥା ନାରୀ ନିଯ୍ୟାତନା ଓ ଜୀବିକାର ନକାରାତ୍ମକ ପ୍ରଭାବ ଉପରେ ଆଲୋଚନା କରିଥିଲେ ।
ଉପସ୍ଥିତ ଥିବା ସମସ୍ତ ଅତିଥି ନିଶା ଅଭ୍ୟାସ କୁ କିପରି ରୋକି ପରିବା ଓ ଏଥି ପାଇଁ ସଚେତନତା ହିଁ ମୁଖ୍ୟ ରାସ୍ତା ବୋଲି ମଞ୍ଚାସୀନ ଅତିଥି ମାନେ ଜୋର ଦେଇଥିଲେ ।
ସେହିଭଳି ନିଶା ସେବନ ଯୋଗୁଁ ଶରୀର ମୁଖ୍ୟ ଅଙ୍ଗ ତଥା କଲିଜା , ହୃତପିଣ୍ଡ ଓ ଯକୃତ ନଷ୍ଟ ହୋଇ ଜୀବନ ହାନି ହେବା ସହିତ ପରିବାର କିପରି ଛାରକାର ହୋଇଯାଏ ଏବଂ ଏହାକୁ ରୋକିବା ପାଇଁ ପ୍ରତି ଗାଁ ଗହଳି ରେ ଏହାର ସଚେତନତା ଆବଶ୍ୟକ ବୋଲି ଜୋର ଦେଇଥିଲେ ।
ଏଥିସହିତ ଅବୈଧ ନିଶା କାରବାର କୁ ରୋକିବା ପାଇଁ ସମସ୍ତ ଙ୍କ ସ୍ତରରେ ଏକ ଦୃଢ ପଦେକ୍ଷପ ନେବା ଜରୁରୀ ବୋଲି କହିଥିଲେ । ମହିଳା ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ତଥା ଆୟପନ୍ଥା ବୃଦ୍ଧି ହେଲେ ମହିଳା ନିର‌୍ୟ୍ୟାତନା କମିପାରିବ ଓ ପ୍ରତ୍ୟେକ ପରିବାରରେ ଖୁସି ରେ ବଞ୍ଚି ପରିବେ ଏବଂ ବିଭିନ୍ନ ମାନସିକ ମୁକ୍ତି ପାଇ ନିଶା ସେବନ ରୁ ଦୁରେଇ ରହିପାରିବେ ।
ଏଥିରେ ସିସିଡ଼ି ଓ ସମର୍ଥ ର ସମସ୍ତ କର୍ମୀ ସହଯୋଗ କରିଥିଲେ ଓ ସମର୍ଥ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ ମହାରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031