Indus Valley Times

ଗଜପତି: ଆନ୍ତର୍ଜାତିକ ମହିଳା ହିଂସା ଦୂରୀକରଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆନ୍ତର୍ଜାତିକ ମହିଳା ହିଂସା ଦୂରୀକରଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

November 26
20:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୧: ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗାଇବା , ନୂଆଗଡ ବ୍ଲକ୍ ବଡପଦା ସମେତ ରାୟଗଡା ଓ ଆର ଉଦୟଗିରି ପ୍ରଭୃତି ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତିର ପ୍ରେରଣା ଗୃହ ଠାରେ ସଂପୃକ୍ତ ପଞ୍ଚାୟତ ସ୍ତରୀୟ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ହିଂସା ଦୂରୀକରଣ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହି ମାସବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ଏକ ଜାତୀୟ ଅଭିଯାନ “”ନୂଆ ଚେତନା\”\” ଭାବରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେଉଛି ।
ଏହି ମାସ-ବ୍ୟାପୀ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟରେ ଲିଙ୍ଗ ଭିତ୍ତିକ ସମସ୍ୟାର ଚିହ୍ନଟ ଏବଂ ସମାଧାନ ଉପରେ ଗ୍ରାମୀଣ ମହିଳା ମାନଙ୍କୁ ସହାୟତା କରିବା ପାଇଁ , ବିଭିନ୍ନ ସରକାରୀ ଯୋଜନା ଏବଂ ସେଥିରେ ସେମାନଙ୍କ ଅଧିକାରକୁ ପ୍ରବେଶ କରିବା ଦିଗରେ ସୂଚନା ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।
ଲିଙ୍ଗଗତ ସୁବିଧା କେନ୍ଦ୍ର ତଥା ପ୍ରେରଣା-କେନ୍ଦ୍ର , ଗଜପତି ଜିଲ୍ଲା,ର ୪ ଟି ବ୍ଲକର ଗ୍ରାମ ପଞ୍ଚାୟତ ସ୍ତରରେ ଗଠିତ ହୋଇଛି , ସେସବୁ ବ୍ଲକ୍ ସ୍ଥାନ ହେଲା ଯଥା:- ରାୟଗଡା , ନୁଆଗଡା , ଗୁମ୍ମା ଏବଂ ଆର ଉଦୟଗିରି । ଏ ସବୁ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ।
ଅନ୍ୟପକ୍ଷରେ , ଗଜପତି ଜିଲ୍ଲାରେ ୩ଟି ଲିଙ୍ଗଗତ ସୁବିଧା କେନ୍ଦ୍ର (ଜିଏଫସି) / (ପ୍ରେରଣା କେନ୍ଦ୍ର) ର ଉଦଘାଟନ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା , ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀ , ପିଆରଆଇ: ସଦସ୍ୟ , ଡିପିଓ ଓ ପିଡବ୍ଲ୍ୟୁଡି: ସଂଗଠନ ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏଥି ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟାଗଡା , ବ୍ଲକ ଚେୟାରମ୍ୟାନ୍ ଗୁମ୍ମା ଏବଂ ଡିପିଏମ୍ –ଓଏଲ୍ଏମ୍ , ରାୟଗଡ , ଗାଇବା ଏବଂ ବଡପଦା ର ଜିଏଫସି– ପ୍ରେରଣା କେନ୍ଦ୍ରକୁ ଉଦଘାଟନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031