Indus Valley Times

ଗଜପତି: ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଟାନ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଖଜୁରୀ ଗୁଡ ପ୍ରକ୍ରିୟାକରଣ ତାଲିମ ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି: ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଟାନ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଖଜୁରୀ ଗୁଡ ପ୍ରକ୍ରିୟାକରଣ ତାଲିମ ଶିବିର କାର୍ଯ୍ୟକ୍ରମ

December 18
21:04 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୧୨: ଗଜପତି ଜିଲ୍ଲା ନୂଆଗଡ ଓ ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ଅତରସିଂ ଗ୍ରାମ ସ୍ଥିତ କୋଠ-ଗୃହ ଠାରେ ଶନିବାର ତା:-୧୬/୧୨/୨୦୨୩ ରିଖରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ଏବଂ ଚାଷୀ ମାନଙ୍କ ନିମନ୍ତେ ଖରୁରୀଗୁଡ ପ୍ରକ୍ରିୟାକରଣ ସମେତ ସେମାନଙ୍କୁ ନେତୃତ୍ଵର ବିକାଶ , ଆର୍ଥିକ ସ୍ଥାୟୀତ୍ୱର ପରିବର୍ତ୍ତନ , ଆର୍ଥିକ ସାକ୍ଷରତା ଓ ବଜାର ବ୍ୟବସ୍ତା ପ୍ରଭୃତି ବିଷୟରେ ତାଲିମ ଦିଆ ଯାଇଥିଲା ।
ଏହି ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଆର:କେ:ଏସ:ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଗଜପତି ସହାୟତାରେ ୩୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୦୦ ଚାଷୀଙ୍କୁ ୧୦ ଦିନ ଧରି ୧୦ ଟି ସ୍ଥାନରେ ଚିହ୍ନଟି କରଣ ହେଇଥିବା ସଭ୍ୟା ଓ ଚାଷୀଙ୍କୁ ତାଲିମ ଶିବିର ଦିଆଯିବା ବ୍ୟବସ୍ଥା କରା ହୋଇଛି।
ଏହି ତାଲିମ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ଡ଼ିଡିଏମ- ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା , ଅତରସିଂ ସରପଞ୍ଚ , ଜୀବାନୀ ଗମାଙ୍ଗ , ଓଡିଶା ତାଳଗୁଡ ସୋସାଇଟି ର ସଂଯୋଜକ , ସୁବାସ ଚନ୍ଦ୍ର ସାହୁ ଓ କୌଶିକ ସାହୁ , ଶ୍ରୀମତୀ ରିନା କୁମାରୀ ରଇତ , ଏମ:ବି:କେ: – ଓଡିଶା ଜୀବିକା ମିଶନ , ଶ୍ରୀ ମନୋଜ କୁମାର ସାବତ , ଡ଼ି:ଏଲ:ଟି , ତାଲିମ ଦାତା ଶ୍ରୀ ଅଶୋକ କୁମାର ସାହୁ , ଦେବଗିରି ଉତ୍ପାଦକ କମ୍ପାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆର:କେ:ଏସ:ଏସ ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀ କାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ବୁଝାଇ ଥିଲେ ।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳ\’ର ଦଶ ସୁତ୍ରି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା- କୃଷିଭିତ୍ତିକ , ଉଦ୍ୟାନ ଭିତ୍ତିକ ଓ ନାବାର୍ଡ ଏବଂ କେ:ସି:ସି: ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ , ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାରର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା। , ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା , ଏ:ଟି:ଏମ: କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ପ୍ରଭୃତି ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଆର:କେ:ଏସ:ଏସ: ର ମୁଖ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା , କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ ଓ ଉଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ , ଶ୍ରୀ ନିକଲସ ଗମାଙ୍ଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି:ଆର:ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031