Indus Valley Times

ଗଜପତି: ଆସନ୍ତା କାଲି କାଶୀନଗର ଓ ଗୁମ୍ମା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନରେ ଚତୁର୍ଥ ପର୍ଯ୍ୟାୟ ମତଦାନ

 Breaking News

ଗଜପତି: ଆସନ୍ତା କାଲି କାଶୀନଗର ଓ ଗୁମ୍ମା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନରେ ଚତୁର୍ଥ ପର୍ଯ୍ୟାୟ ମତଦାନ

February 21
21:42 2022

ଗଶେଷ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୨ : କାଶୀନଗର ଓ ଗୁମ୍ମା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ପାଇଁ ପୋଲିଙ୍ଗ ପାର୍ଟି ମତଦାନ କେନ୍ଦ୍ରକୁ ଗଲେ ।
ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତା କାଲି ୨୨ ତାରିଖ ଦିନ ଜିଲ୍ଲାର କାଶୀନଗର ଓ ଗୁମ୍ମା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନରେ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହି ଅବସରରେ ଉଭୟ ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ଜିଲ୍ଲା ପ୍ରସାଶନ ପକ୍ଷରୁ ହୋଇଥିବା ଅସ୍ଥାୟୀ ମତଦାନ କେନ୍ଦ୍ର ଗୁଡିକୁ ନିର୍ବାଚନ ପରିଚାଳନା ନିମନ୍ତେ ଯିବାକୁ ଥିବା ପୋଲିଙ୍ଗ ପାର୍ଟି ମାନଙ୍କ ରେଜିଷ୍ଟ୍ରେସନ ଓ ମେଟେରିଆଲ ଦେବା କାର୍ଯ୍ୟକ୍ରମ ସମ୍ପୃକ୍ତ ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଗୁମ୍ମା ବ୍ଲକରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।
ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନର ୨୦ଟି ପଞ୍ଚାୟତ ପାଇଁ ୨୦ଟି ଷ୍ଟଲ ଖୋଲାଯାଇ ପପୋଲିଙ୍ଗ ପାର୍ଟି ମାନଙ୍କ ରେଜିଷ୍ଟ୍ରେସନ ହେବା ସହ ଆବଶ୍ୟକ ବେଲଟ ପେପର ଓ ବକ୍ସ ସହିତ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇ ବ୍ୟବସ୍ଥା ହୋଇଥିବା ବାସ ଓ ଟେକ୍ସି ଯୋଗେ ସେମାନଙ୍କୁ ସେମାନଙ୍କ ମତଦାନ କେନ୍ଦ୍ରକୁ ପଠାଇ ଦିଆଯାଇଛି ।
ଏହି ଗୁମ୍ମା ବ୍ଲକରେ ଆସନ୍ତା କାଲି ୨ଟି ଜିଲ୍ଲା ପରିଷଦ ଜୋନ , ୧୯ଟି ସରପଞ୍ଚ ଓ ୨୦ଟି ସମିଟିସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ଏଥିପାଇଁ ୨୪୦ଟି ମତଦାନ କେନ୍ଦ୍ରରେ ମୋଟ ୫୬ହଜାର ୪୭୫ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ବୋଲି ବିଡ଼ିଓ ଶ୍ରୀ ଅନୁପ ଅଭିଷେକ ବେହେରା କହିଛନ୍ତି।
ସେହିଭଳି କାଶୀନଗର ବ୍ଲକରେ ୨ ଟି ଜିଲ୍ଲା ପରିଷଦ ଜୋନ୍ , ୧୨ଟି ସରପଞ୍ଚ ଓ ୧୨ଟି ସମିତିସଭ୍ୟ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ୧୬୦ଟି ମତଦାନ କେନ୍ଦ୍ରରେ ମୋଟ ୪୨ ହଜାର ୭୪୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।
ପୋଲିଙ୍ଗ ପାର୍ଟି ଆଜି ସକାଳେ ସେମାନଙ୍କ ରେଜିଷ୍ଟ୍ରେସନ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆବଶ୍ୟକ ବେଲଟ ଏପର , ବକ୍ସ ଓ ବି ହିଂନ ସାମଗ୍ରୀ ନେଇ ଗଲେଣି । ମତଦାନ କେନ୍ଦ୍ର କୁ ପୋଲିଙ୍ଗ ପାର୍ଟି ଯିବାପାଇଁ ୫୭ ଗୋଟି ବସ ସମେତ ବହୁ ଟାକ୍ସି ବ୍ୟବସ୍ଥା କରାଯାଇଛି ବୋଲି କାଶୀନଗର ବିଡ଼ିଓ ଡ଼ଃ ଲକ୍ଷ୍ମୀ ନାରାୟଣ ସାହୁ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031