Indus Valley Times

ଗଜପତି : ଏନୱାଇକେ: ପକ୍ଷରୁ ଯୁବଗୋଷ୍ଠୀଙ୍କ ତିନି ଦିନିଆ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍ୟାପିତ

 Breaking News

ଗଜପତି : ଏନୱାଇକେ: ପକ୍ଷରୁ ଯୁବଗୋଷ୍ଠୀଙ୍କ ତିନି ଦିନିଆ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍ୟାପିତ

December 25
19:13 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧୨: ପାରଳାଖେମୁଣ୍ଡି ସ୍ଥିତ ଆର୍ସେଟି ପରିସରରେ ଥିବା ନେହେରୁ ଯୁବକେନ୍ଦ୍ରର ସଭାଗୃହ ଠାରେ ଯୁବଗୋଷ୍ଠୀଙ୍କ ତିନି ଦିନିଆ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇ ଯାଇଛି ।
ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଆର୍ସେଟିର ନିର୍ଦ୍ଦେଶକ ଶ୍ରୀ ସାଇମନ ଡୁଙ୍ଗ୍ଡୁଙ୍ଗ୍ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ତିନି ଦିନିଆ ତାଲିମ ଶିବିରକୁ ଉଦ୍ଘାଟନ କରିଥିଲେ ।
ଆଜି ଶେଷ ତଥା ଉଦ୍ୟାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଓ ରାଜ୍ୟସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ସୁଶୀଳା ମିଶ୍ର ପ୍ରମୁଖ ଯୋଗ ଦେଇ ଯୁବ ଗୋଷ୍ଠୀ ବିକାଶର ବିଭିନ୍ନ ଦିଗ ସମ୍ପର୍କରେ କହି ତାଲିମ ପାଇଥିବା ସମସ୍ତ ବିଷୟକୁ ନେଇ ଭବିଷ୍ୟତରେ ସତବି କରିବାକୁ ପରାମର୍ଶ ଦେଇଥିଲେ ।
ଏହି ତିନି-ଦିନିଆ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ସମେତ ପାରଳାଖେମୁଣ୍ଡି ପୌର ପରିଷଦର ମୋଟ ୩୦୦ ରୁ ଉର୍ଦ୍ଧ୍ବ ଯୁବ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୪୦ ଜଣ ମନୋନୀତ ଯୁବ ସ୍ଵେଚ୍ଛାସେବୀ ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା ।
ଏହି ଶିବିରରେ ମୁଖ୍ୟତଃ ଯୁବ ଗୋଷ୍ଠୀଙ୍କ ନେତୃତ୍ୱର ବିକାଶ ସମେତ ଦକ୍ଷତା , ଗୋଷ୍ଠୀ ଓ ଶିକ୍ଷାର ବିକାଶ , , ନେହେରୁ ଯୁବ କେନ୍ଦ୍ରର ଭୂମୀକା , ବିପର‌୍ୟ୍ୟୟ ପରିଚାଳନା , ନିଶା ନିବାରଣ ଓ ବାଲ୍ୟ ବିବାହ ଏବଂ ମହିଳା ମାନଙ୍କ ସୁରକ୍ଷା ଉପରେ ସଚେତନତା କରାଯାଇ ପ୍ରଶିକ୍ଷଣ ଦିଆ ଯାଇଥିଲା ।
ଏହି ତିନି-ଦିନିଆ ଶିବିର\’ରେ ରାଜ୍ୟସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ଶୁଶିଳା ମିଶ୍ର ଯୋଗଦେଇ ମୁଖ୍ୟତଃ ୧୦ ଟି ଜୀବନ କୌଶଳ ଶିକ୍ଷା ଉପରେ ତାଲିମ ପ୍ରଦାନ କରିବା ସହ ଆରଟିଆଇ: ଓ ଏସଟିଆଇ:, ଏଚଆଇଭି-ଏଡ଼ସ , ବ୍ୟକ୍ତିଗତ ପରକାର ପରିଚ୍ଛନ୍ନ ଓ ଶୃଙ୍ଖଳିତ ଜୀବନ ଉପରେ ତାଲିମ ପ୍ରଦାନ କରିଥିଲେ ।
ସେହିଭଳି ଅନ୍ୟତମ ପ୍ରଶିକ୍ଷିକା ସଖୀ ୱାନ-ଷ୍ଟପ କେନ୍ଦ୍ରର ମୋହିନୀ ପ୍ରଧାନ ଏଥିରେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ର କଣ , ତାର ଦାୟିତ୍ଵ ଓ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ତାଲିମ ପ୍ରଦାନ କରିଥିଲେ ।
ଏନ୍ୱାଇକେ: ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଯୁବକ ମାନଙ୍କ ନେତୃତ୍ବ ବିକାଶ , ଏନୱାଇକେ: ର ପରିଚାଳନା , ଡିଜିଟାଲ ସାକ୍ଷରତା , ସ୍ମାର୍ଟ-ଫୋନ୍ , ଇଣ୍ଟରନେଟ ବ୍ୟବହାର , ୟୁଥ୍ କ୍ଳବ୍ ଗଠନ ସହ ତାର ଦାୟିତ୍ଵ ଓ ଭୂମିକା , ବ୍ୟକ୍ତିତ୍ଵ ଓ ଯୁବ ଗୋଷ୍ଠୀ ବିକାଶ ପ୍ରଭୃତି ଉପାଦେୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହା ସହ ତିନିଦିନ ଧରି ଯୋଗ ଅଭ୍ୟାସ ତାଲିମ ମଧ୍ୟ ପ୍ରଦାନ କରା ଯିବା ସହ କ୍ଷେତ୍ର ପରିଦର୍ଶନରେ ନଦିକୁଳ ଗ୍ରାମ କେରାଣ୍ଡି ଓ ସହ ପର୍ଯ୍ୟଟନ କ୍ଷେତ୍ର ବିଏନ: ପ୍ୟାଲେସ ଯାଇ ସେଠାରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରା ଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉତ୍ତମ କାର‌୍ୟ୍ୟ କୃତୀ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଯୁବଗୋଷ୍ଠୀଙ୍କୁ ଉଦ୍ୟାପନୀ ଉତ୍ସବ\’ର ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯିବା ସହ ପ୍ରଶିକ୍ଷଣ ନେଇଥିବା ସମସ୍ତଙ୍କୁ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର\’ ପରିଚାଳନା କରିଥିବା ବେଳେ ଏନ୍ୱାଇକେ:ର ସ୍ୱେଚ୍ଛାସେବୀ ଶ୍ରୀ ଏ.ମହେଶ ଏବଂ ଶ୍ରୀ ବି.ଭବାନୀ ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031