Indus Valley Times

ଗଜପତି: ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ ଏକ “ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି: ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ ଏକ “ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଗଜପତି: ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ ଏକ “ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
July 02
17:20 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୭ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକର ବାଇଝାଲ ପଞ୍ଚାୟତ ଅନ୍ତର୍ଗତ ବାଦୁଡ଼ି ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ରବି କିରଣ ସେବା ସମିତି” ଆନୁକୂଲ୍ୟରେ ନାବାର୍ଡ ସଂସ୍ଥା ସହାୟତାରେ ବିଭିନ୍ନ ଏସଏଚଜି ଗ୍ରୁପର ମହିଳା ମାନଙ୍କୁ କଦଳୀ ଓ ସପୁରୀ ଚାଷ ଉପରେ ସ୍ୱାବଲମ୍ବୀ କରିବା ପାଇଁ ୭ ଦିନିଆ ଏକ ଜୀବିକା ଓ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଉଦଘାଟନୀ କାର୍ଯ୍ୟକ୍ରମ , ନାବାର୍ଡ ସଂସ୍ଥାର ଗଜପତି ଜିଲ୍ଲା ଡ଼ିଡ଼ିଏମ ଶ୍ରୀ ପ୍ରତୀକ କୁମାର ପଣ୍ଡାଙ୍କ ସମେତ ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ , ଓଡିଶା ଜୀବିକା ମିଶନର ଅଧିକାରୀ ଓ ବାଇଝାଲ ସରପଞ୍ଚ ପ୍ରମୁଖଙ୍କ ଉପସ୍ଥିତିରେ ଉଦଘାଟନ ହୋଇଥିଲା ।
କାର୍ଯ୍ୟକ୍ରମ ପ୍ରାର୍‌ଭରେ ରବି କିରଣ ସେବା ସମିତି ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ ଜ୍ଞାପନ କରି ଫଳଚାଷ ଉପରେ ଅଧିକ ଗୁରୁତ୍ୱ ଦେଇ ଉକ୍ତ ଥଣ୍ଡା ଜଳବାୟୁ କିପରି କଦଳୀ ସହ ସପୁରୀ ଚାରା ଲଗାଇ ସେଥିରୁ ସ୍ଥାୟୀ ଭାବେ ରୋଜଗାର ପନ୍ଥା କରା ଯାଇପାରିବ , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ତାଲିମଦାତା ଭାବେ ଶ୍ରୀ ନରେଶ ନାଥ ମହାପାତ୍ର ଯୋଗଦେଇ ଏସଏଚଜିର ଏକତା , ପରିଚାଳନା , ବ୍ୟାଙ୍କ ସମ୍ଭନ୍ଧୀୟ ଯୋଗାଯୋଗ ଓ ୧୦ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରିଥିଲେ ।
ଉଦ୍ୟାନ ଅଧିକାରୀ ଯୋଗଦେଇ ବିଭିନ୍ନ କିସମର କଦଳୀ ଏବଂ ପେଷି ପୋଷଣ ଚାରା (ଟିସୁ କଲଚର ଚାରା) ପ୍ରସ୍ତୁତ , ଅନ୍ୟ କଦଳୀ ଅପେକ୍ଷା ଉକ୍ତ ପଦ୍ଧତିରେ କଦଳୀ ଚାଷ କରିଲେ ଶୀଘ୍ର ବଢ଼ିବା ସହ ପତ୍ର ବାହାରି ଭଣ୍ଡା ଧରିବ ଏବଂଫଳ ଶୀଘ୍ର ଅମଳ ହୋଇ ଉତ୍ପାଦନ ବୃଦ୍ଧି ପାଇବ ।
ଏହା ଏକ ବର୍ଷୀଆ କଦଳୀ ଚାଷ । ଚାରା ଲଗାଇବା ପଦ୍ଧତି , ଅମଳ , ବାଡିର ପ୍ରକାର , ପାଗ ଓ ଜଳବାୟୁ ସହ କଦଳୀ ଗଛର ଛାଇରେ ହେଉଥିବା ସପୁରୀ ଚାଷ , ସପୁରୀ କିସମ ଓ କ୍ୟୁଇନ କିସମର ସପୁରୀ ଚାଷ , ଲଗାଇବା ସମୟ ଓ ପ୍ରଣାଳୀ , ଅମଳ ସହ ଲାଭ-କ୍ଷତିର ହିସାବ ପ୍ରଭୃତି ଶେଷ ଦିନରେ ସ୍ଥିର କରିବା ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ ଶ୍ରୀ ପ୍ରତୀକ ପଣ୍ଡା , ଗଜପତି ଜିଲ୍ଲାରେ ଥଣ୍ଡା ଜଳବାୟୁରେ ଫଳଚାଷ କରିବା ଦ୍ୱାରା ଏହା ଆଦିବାସୀ ଲୋକମାନଙ୍କ ଏକ ଦୀର୍ଘାସ୍ଥାୟୀ ଜୀବିକା ଅଟେ ।
ତେଣୁ ଏହି ଦୁଇଟି ଚାଷ ପାଇଁ ବାଇଝାଲ ପଞ୍ଚାୟତ ଚୟନ କରାଯାଇ ଆଦିବାସୀ ମହିଳାଙ୍କ ଜୀବନ ଜୀବିକାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ନିମନ୍ତେ ରବି କିରଣ ସେବା ସମିତି” ଅନୁଷ୍ଠାନ ଓ ନାବାର୍ଡ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କୁହାଯାଇଛି ।
ଏଭଳି ତାଲିମ କାର୍ଯ୍ୟକ୍ରମ ୭ ଦିନ ଲେଖାଏଁ ଗୁମ୍ମା ବ୍ଲକର ୩ ଗୋଟି ପଞ୍ଚାୟତରେ କରାଯିବ ଏବଂ ସେଥିରେ ୧୫୦ ଜଣ ଏସଏଚଜି ମହିଳା ଙ୍କୁ ତାଲିମ ଦିଆଯିବ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଲଡ଼ିଏମ ଶ୍ରୀ କିଶୋର ଚନ୍ଦ୍ର ନାୟକ , ଅତିରିକ୍ତ ଉଦ୍ୟାନ ଅଧିକାରୀ ଶ୍ରୀ ଡିକେ ଡିଙ୍ଗଲ , ଶ୍ରୀ ଗୌତମ ପରିଡା ୱାପି (ଓଏଲଏମ), ଶ୍ରୀ ପ୍ରବୀଣ କୁମାର ଡାକୁଆ (ଇଟିସି-ଓଏଲଏମ) ଗୁମ୍ମା ଏବଂ ପୂର୍ବତନ ସରପଞ୍ଚ ଶ୍ରୀମତୀ ଜିନିମତୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ଅନୁଷ୍ଠାନର ଶ୍ରୀ ଗଣେଶ ପ୍ରଧାନ ମଞ୍ଚାସୀନ ଅତିଥି , ଅଂଶଗ୍ରହଣକାରୀ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମୀ ଶ୍ରୀ ତରୁଣ କୁମାର କାର୍ଜି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031