Indus Valley Times

ଗଜପତି: ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ପାଳନ ଅବସରରେ ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

 Breaking News

ଗଜପତି: ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ପାଳନ ଅବସରରେ ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

September 28
10:33 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୯: ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ କ୍ଳବ୍ ପରିସରରେ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟ ସଂଘ\’ର ୩୫ ତମ ବାର୍ଷିକ ଦିବସ କାର୍ଯ୍ୟକ୍ରମ ଓଡ଼ିଶା ନାଟ୍ୟ ସଂଘର ଗଜପତି ଜିଲ୍ଲାଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ “ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ନାଟ୍ୟ ସଂଘର ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ମନୋଜ କୁମାର ପାଢୀଙ୍କ ସଭାପତିତ୍ବରେ ବରିଷ୍ଠ ନାଟ୍ୟଶିଳ୍ପୀ ତଥା ପ୍ରଫେସର ଡଃ ଅଶୋକ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟତଃ ସମାଜରେ ଯାହା କିଛି ବି ଘଟି ଯାଉଛି ।
ସେହି କଥା ଲୋକ ମାନଙ୍କ ଭିତରେ ଯାହାକି ପ୍ରତ୍ୟେକ ଜିନିଷ ତାହା ଅନୁଭବ କରିବା ଦରକାର ।
ସମାଜର ଲୋକମାନଙ୍କ ମଧ୍ୟରେ ଚେତନା ଜାଗୃତି କରିବା ଉଦ୍ଦେଶ୍ୟ ନେଇ ନାଟକର ସୃଷ୍ଠି , ବିଶେଷ କରି ଉନ୍ନତ ମାନର ଚିନ୍ତାଧାରାକୁ ନେଇ ନାଟକ ସୃଷ୍ଟିକରି ତାକୁ ପରିବେଷଣ ମାଧ୍ୟମରେ ନାଟକ ପରମ୍ପରାକୁ କିଭଳି ଆଗକୁ ବଢ଼ାଇବା , ଯାହା ଫଳରେ ତାହା ସମାଜରେ ଏକ ସୁ ପ୍ରଭାବ ପକାଇବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ନାଟକ ସମାଜକୁ ଅନେକ ଦିଗଦର୍ଶନ ଦେଇ ଆସିବା ସହ ନାଟ୍ୟକାର ମାନେ ମଧ୍ୟ ନାଟକ ପରିବେଷଣ ମାଧ୍ୟମରେ ସମାଜ\’ର ପରିବର୍ତ୍ତନ ଦିଗରେ ଅଧିକ ଯତ୍ନବାନ ହେଉଥିଲେ ।
ତେଣୁ ନାଟକ ଦେଖିବା ଦର୍ଶକ ଯେଭଳି ଅଧିକରୁ ଅଧିକ ସୃଷ୍ଟି ହୋଇ ପାରିବେ , ସେ ଦିଗରେ ନାଟ୍ୟକାର , ନାଟ୍ୟଶିଳ୍ପୀ ଓ ନାଟ୍ୟ ନିର୍ଦ୍ଦେଶକ ମାନେ ଅଧିକ ଯତ୍ନବାନ ହେବା ଜରୁରୀ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କ୍ରିଏଟିଭ ଆର୍ଟସର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ନାଟ୍ୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟ ନେଇ ଏଭଳି ପରିକଳ୍ପନାର ପ୍ରୟାସ ବୋଲି କହିଥିଲେ।
କାର୍ଯ୍ୟକ୍ରମ ଶେଷରେ ୩ ଜଣ ଶିଶୁ କଳାକାର , ସେମାନଙ୍କ ଅଭିନୟ ପରିବେଷଣର ପ୍ରତିଭା ଉପସ୍ଥିତ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031