Indus Valley Times

ଗଜପତି: ଓଡିଶାର ବିଶିଷ୍ଠ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ

 Breaking News

ଗଜପତି: ଓଡିଶାର ବିଶିଷ୍ଠ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ

ଗଜପତି: ଓଡିଶାର ବିଶିଷ୍ଠ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ
February 12
18:50 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୨ : ପାରଳା ମାଟିର ଯୁଗଜନ୍ମା ତଥା ଓଡିଶାର ସୁନାମଧନ୍ୟ ବିଶିଷ୍ଠ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣୀ ସମାଜର ସମ୍ମିଳନୀ କକ୍ଷଠାରେ ଶନିବାର କୋଭିଡ କଟକଣା ଓ ନିର୍ବାଚନ ଆଦର୍ଶ ଆଚରଣ ବିଧି ଯୋଗୁଁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ପ୍ରାବନ୍ଧିକ ରାଜଗୁରୁଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇ ଉଦଘାଟନ ହେବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରିବେଷଣ ହୋଇଥିଲା ।
ସମାଜର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଶ୍ରୀ ଲିଙ୍ଗରାଜ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭା କାର୍ଯ୍ୟକ୍ରମରେ ସାହିତ୍ୟିକ ଓ ଗବେଷକ ତଥା ପାରଳାର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟଅତିଥି ଭାବେ ଯୋଗଦେଇ ସାରସ୍ୱତ ସାଧକ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ବାଲ୍ୟ , ଅଧ୍ୟୟନ ଓ କର୍ମମୟ ଜୀବନୀ ଉପରେ ବିଶେଷ ଆଲୋଚନା କରିଥିଲେ ।
ମୁଖ୍ୟତଃ ଉପାନ୍ତ ତଥା ଦକ୍ଷିଣାଞ୍ଚଳରେ ଭାଷା , ସାହିତ୍ୟ ଓ ସଂସ୍କୃତି ପରମ୍ପରାକୁ ସୁରକ୍ଷା ସହ ବଞ୍ଚାଇ ରଖିବା ଦିଗରେ କିଭଳି ଚେଷ୍ଟିତ ଥିଲେ ଏବଂ ଓଡ଼ିଆ ମାନଙ୍କ ସ୍ୱାଭିମାନ ପାଇଁ ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ କିଭଳି ଦୃଢ଼ ଦାବି କରି ଆସୁଥିଲେ ବୋଲି କହି ଓଡ଼ିଆ ଭାଷାବିତ ମାନଙ୍କ ସେ ପଥ ପ୍ରଦର୍ଶକ ଓ ଓଡ଼ିଆ ସ୍ୱାଭିମାନର ସେ କିମ୍ବଦନ୍ତୀ ପୁରୁଷ ଥିଲେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସାରସ୍ୱତ ସଭା କାର୍ଯ୍ୟକ୍ରମରେ ଭକ୍ତିସଂଗୀତ ସଂସଦର ମୁଖ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲାର ସାଧାରଣ ପରିଷଦ ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚଆସିନ ରହି ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ବ୍ୟାକରଣ ସୃଷ୍ଟି ।
ଭାଷା ଆନ୍ଦୋଳନ ଓ ଓଡ଼ିଆ ସ୍ୱାଭିମାନ ଉପରେ ଆଲୋଚନା କରି ପ୍ରାବନ୍ଧିକ ରାଜଗୁରୁ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ ଯାହାକି , ଏକାଧାରାରେ ସେ ଜଣେ ପ୍ରାବନ୍ଧିକ , ସାହିତ୍ୟିକ , ପଣ୍ଡିତ , ସମାଲୋଚକ , ବ୍ୟାକରଣକ , ଗବେଷକ , ଐତିହାସିକ , ସାରସ୍ୱତ ସାଧକ ଓ ସମ୍ପାଦକ ପ୍ରଭୃତିର ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ ।
ତ୍ରିପତି ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାଗବତ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ମୁରଲୀଧର ପରିଛା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031