Indus Valley Times

ଗଜପତି: କବି ବିଚିତ୍ରା ନନ୍ଦ ବେବର୍ତ୍ତକ୍ଷଙ୍କ କବିତା ପସରା ” କଥା ଓ ବ୍ୟଥା” ଲୋକାର୍ପିତ

 Breaking News

ଗଜପତି: କବି ବିଚିତ୍ରା ନନ୍ଦ ବେବର୍ତ୍ତକ୍ଷଙ୍କ କବିତା ପସରା ” କଥା ଓ ବ୍ୟଥା” ଲୋକାର୍ପିତ

ଗଜପତି: କବି ବିଚିତ୍ରା ନନ୍ଦ ବେବର୍ତ୍ତକ୍ଷଙ୍କ କବିତା ପସରା ” କଥା ଓ ବ୍ୟଥା” ଲୋକାର୍ପିତ
June 16
16:42 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୬: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ କବି ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ କବିତା ପସରା “କଥା ଓ ବ୍ୟଥା” ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପାରାଳାର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ।
କବି ବିଚିତ୍ରା ନନ୍ଦଙ୍କ ଏହି କବିତା ଗୁଚ୍ଛଟି ତାଙ୍କର ସପ୍ତମ ସୃଷ୍ଟି । ଆଜିର ଏହି କବିତାଟିରେ ସେ ସାମ୍ପ୍ରତିକ ଯୁଗ ଚେତନା ପାଇଁ ଏକ ବଂନହ୍ହିଁ ଶିଖା ସମାଜ ପାଇଁ ବାଣ୍ଟିଛନ୍ତି ବୋଲି ବକ୍ତା ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ।
ସମସ୍ତ କବିତା ଗୁଡ଼ିକୁ ଅଧ୍ୟାପକ ଶ୍ରୀ ସୌଦାଗର ସିଓ ସମୀକ୍ଷା କରିଥିଲେ। ଡ: ଭୁବନେଶ୍ୱର ପଟନାୟକ , ପଣ୍ଡିତ ନରସିଂହ ଗୌଡ଼ , ଶ୍ରୀ ସମ୍ପୂର୍ଣ୍ଣଓ ନନ୍ଦ ବେବର୍ତ୍ତା , ଶ୍ରୀ ବିନୋଦ ଜେନା , ଶ୍ରୀ ଭଗବତ ପାଢ଼ୀ , ଡଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସୁଶ୍ରୀ ଶାଶ୍ଵତୀ ବେବର୍ତ୍ତା ପ୍ରମୁଖ ଯୋଗଦେଇ ସେମାନଙ୍କ ନିଜ ନିଜର ମତ ରଖିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶରତ ସାହୁ , ଶ୍ରୀ ମୂରଲୀଧର ପରିଚ୍ଛା , ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।
ଶେଷରେ ଡାଇଟ୍ ର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031