Indus Valley Times

ଗଜପତି: କାମ୍ପ-ଗୋଷ୍ଟି ଓଡ଼ିଶାରେ ପଛୁଆ ବର୍ଗ , କେନ୍ଦ୍ରରେ ମଧ୍ୟ ପଛୁଆ ବର୍ଗ ମାନ୍ୟତା ଦାବିକରି ପ୍ରତିନିଧି ଦଳର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

 Breaking News

ଗଜପତି: କାମ୍ପ-ଗୋଷ୍ଟି ଓଡ଼ିଶାରେ ପଛୁଆ ବର୍ଗ , କେନ୍ଦ୍ରରେ ମଧ୍ୟ ପଛୁଆ ବର୍ଗ ମାନ୍ୟତା ଦାବିକରି ପ୍ରତିନିଧି ଦଳର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଗଜପତି: କାମ୍ପ-ଗୋଷ୍ଟି ଓଡ଼ିଶାରେ ପଛୁଆ ବର୍ଗ , କେନ୍ଦ୍ରରେ ମଧ୍ୟ ପଛୁଆ ବର୍ଗ ମାନ୍ୟତା ଦାବିକରି ପ୍ରତିନିଧି ଦଳର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
October 29
12:57 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୦ : ଓଡିଶା ରାଜ୍ୟରେ କାମ୍ପ ଜାତିକୁ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରା ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରେ ଏମାନେ ସାଧାରଣ ବର୍ଗ ଶ୍ରେଣୀରେ ରହିଛନ୍ତି।
ତେଣୁକରି ରାଜ୍ୟର କାମ୍ପଜାତି ଗୋଷ୍ଟି ପ୍ରତି କେନ୍ଦ୍ର ସରକାର , ଓଡ଼ିଶାରେ ଯେଉଁଭଳି କାମ୍ପ ଜାତିକୁ ପଛୁଆ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି , ଠିକ ସେହିଭଳି କେନ୍ଦ୍ର ସରକାର ମଧ୍ୟ କାମ୍ପ ଜାତିକୁ କେନ୍ଦ୍ରର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରୁ ବଡ ଧରଣର ଏକ ପ୍ରତିନିଧି ଦଳ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ଶୁକ୍ରବାର ଭୁବନେଶ୍ୱର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ପିଡବ୍ଲ୍ୟୁଡି: ବଙ୍ଗଳା ଠାରେ ଗଜପତି ଜିଲ୍ଲାର କାମ୍ପ ସମାଜ ପକ୍ଷରୁ ଉପରୋକ୍ତ ବିଷୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ବରିଷ୍ଠ ବିଜେଡି ନେତା ଡ଼ଃ ତିରୁପତି ପାଣିଗ୍ରାହୀ ଏବଂ କାମ୍ପ ସମାଜର ଶ୍ରୀ ଏସ: ବାଲାରାଜୁ ପ୍ରମୁଖ ମଞ୍ଚଆସିନ ରହି କହିଥିଲେ ଯେ , ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରେ ଯେଉଁ କାମ୍ପ ଜାତିର ଲୋକେ ରହିଛନ୍ତି ।
ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଓ ଚାଷୀକୁଳ ଶ୍ରେଣୀର । ଏମାନେ ମୁଖ୍ୟତଃ ବିଭିନ୍ନ କୃଷିକାର୍ଯ୍ୟ ଉପରେ ସବୁବେଳେ ନିର୍ଭରଶୀଳ । ଏହି କାମ୍ପ ଜାତି ଲୋକଙ୍କ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ଏମାନେ କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମାନ୍ୟତା ପାଇବାପାଇଁ ।
ପଡୋଶୀ ଆନ୍ଧ୍ର ପ୍ରଦେଶରେ ବହୁ ପଛୁଆବର୍ଗ ଶ୍ରେଣୀର ଲୋକେ ରହିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସେମାନଙ୍କ ବହୁ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସମସ୍ତେ ଯେଉଁ ଅଛନ୍ତି ସେମାନେ ମଧ୍ୟ ସେଠାରେ ପଛୁଆବର୍ଗ ଶ୍ରେଣୀର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପଛୁଆବର୍ଗ ଶ୍ରେଣୀ\’ର ମାନ୍ୟତା ପାଇ ଆସୁଛନ୍ତି ।
ଓଡିଶାରେ କାମ୍ପଜାତିକୁ ରାଜ୍ୟ ସରକାର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏହି କାମ୍ପଜାତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ।
ଓଡିଶାରେ ଥିବା କାମ୍ପଜାତି ଗୋଷ୍ଟିଙ୍କ ପକ୍ଷରୁ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାପାଇଁ ।
ସେମାନଙ୍କ ପିଲାମାନେ ଉଚ୍ଚପାଠ ପଢି ମଧ୍ୟ କେନ୍ଦ୍ର ସରକାରଙ୍କ କୋଣସି ବ୍ୟବସ୍ଥାରେ ସୁବିଧା ପାଇ ପାରୁନାହାନ୍ତି କି ସେହି ପିଲାମାନେ ଉଚ୍ଚଶିକ୍ଷିତ ହୋଇମଧ୍ୟ ଆଗକୁ ବଢି ପାରୁନାହାନ୍ତି ।
କାମ୍ପ ଜାତି ଗୋଷ୍ଟିଙ୍କ ଏହି ଦୀର୍ଘବର୍ଷର ଦାବୀକୁ ଆଗକୁ ନେବା ପାଇଁ ଏଇ ନିକଟରେ କେନ୍ଦ୍ର ସରକାରଙ୍କ ଠାରୁ ଏକ ସୁଯୋଗ ଆସିଲା ଯେ , ଏ ସମ୍ପର୍କରେ ମାନ୍ୟବର ପାର୍ଲିଆମେଣ୍ଟ କହିବା ପ୍ରକାରେ ରାଜ୍ୟ ସରକାର ମାନେ ସେହି ପଛୁଆବର୍ଗ ଶ୍ରେଣୀ ନିର୍ଦ୍ଧାରଣ କରି ସରକାରଙ୍କୁ ଶୁପାରିସ କରିବେ।
ବର୍ତ୍ତମାନ ଏହାକୁ ନେଇ କାମ୍ପ ସମାଜ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କୁ ଏ ନେଇ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ସମାଜର ଏକ ବଡ଼ ଧରଣର ପ୍ରତିନିଧି ଦଳ ଭୁବନେଶ୍ୱର ଗ୍ରସ୍ତ କରୁଛନ୍ତି । ଭୁବନେଶ୍ୱର ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ନିବେଦନ କରି ଜଣାଇବେ ଯେ , ସେମାନଙ୍କର ଏହା ଦୀର୍ଘ ବର୍ଷର ଦାବି ଓ ଏହି ଦାବୀର ଯଥାର୍ଥତା ରହିଛି ଯେ , କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ ।
ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ: ବିରରାଜୁ , ଵାଲା ଧନଞ୍ଜୟ , ଏମ: ମାଲେଶ୍ବର ରାଓ , କେ: ତେଜେଶ୍ୱର ରାଓ , କେ:ମଧୁ , ପାଇଲା ବାଲାରାଜୁ , କେ: ରାମାରାଓ ଓ ବି: ରାଜେଶ କୁମାରଙ୍କ ସମେତ କାମ୍ପ ସମାଜର ବହୁ ଲୋକ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031