Indus Valley Times

ଗଜପତି: କେନ୍ଦ୍ରୀୟ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡର ବାଳିକା ମାନଙ୍କ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି: କେନ୍ଦ୍ରୀୟ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡର ବାଳିକା ମାନଙ୍କ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ

September 08
20:55 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୯: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନ୍ତର୍ଗତ ଭୁବନେଶ୍ୱର ଡିଭିଜନର କେବଳ ବାଳିକା ମାନଙ୍କ ତିନି ଦିନିଆ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା କେମ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଭୁବନେଶ୍ୱର ସ୍ଥିତ ଡିଭିଜନାଲ କମିଶନର ତଥା ଭୁବନେଶ୍ୱର ଆର:ଓ: ଡେପୁଟି କମିଶନର ଡଃ ଶିହରାନ ବୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟତଃ ପିଲାମାନେ ଏଠାରୁ ୩ ଦିନ ତାଲିମ ମଧ୍ୟରେ ବହୁତ୍ କିଛି ସେବା ମୂଳକ ଶିକ୍ଷଣୀୟ ତଥା ଉପାଦେୟ ବିଷୟରେ ଶିକ୍ଷା ଲାଭ କରିବେ , ସେହି ସେବା ଶିକ୍ଷା କିଭଳି ଆବଶ୍ୟକ ସମୟରେ ଅନ୍ୟ ପାଇଁ ଉପକାରରେ ଆସିପାରିବ , ସେ ସମ୍ପର୍କରେ ଉପଦେଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁରୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏ କେ: ସିତ ଏବଂ କେମ୍ପ ଲିଡର ଅନିତା ଡୁଙ୍ଗଡୁଙ୍ଗ ପ୍ରମୁଖ ଯୋଗ ଦେଇ ଶାନ୍ତି ଓ ନିଷ୍ଠାର ସହ କେମ୍ପ୍ ରେ ବିଭିନ୍ନ ସେବା ମୂଳକ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
କେମ୍ପ ନିର୍ଦ୍ଦେଶକ ତଥା ଗଜପତି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ବିଦ୍ୟାଳୟର ସ୍ଥିତି ଓ ଶିବିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅଜିତ ସିଂହ ।
ପରେ ପରେ ମୁଖ୍ୟଅତିଥି ତଥା ଡିଭିଜନାଲ କମିଶନର ଡ: ସିହାରନ ବୋଷ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ।
ଭାରତ ସ୍କାଉଟ୍ ଓ ଗାଇଡର ଏହି ତିନି-ଦିନିଆ ପରୀକ୍ଷା ଶିବିରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୧୬ ଟି ଜିଲ୍ଲାର ୨୩୭ ଜଣ କେବଳ ବାଳିକା ଶିବିରାର୍ଥି ଏବଂ ମହିଳା ସ୍କାଉଟ ଓ ଗାଇଡ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଏଡ଼ଭାନସ ଗାଇଡ କେପଟେନ ରୋଜାଲିନ ନାଥ , ଦମୟନ୍ତୀ ପାତ୍ର , ସୁନନ୍ଦା ଦାସ , ଡେଜି ଭାରତୀ , ସବିତା ମିଶ୍ର ପ୍ରମୁଖ ଯୋଗଦେଇ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031