Indus Valley Times

କେ:ସୀତାପୁର ପଞ୍ଚାୟତ ସରପଞ୍ଚ,ସମିତିସଭ୍ୟା ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ଜୋରଦାର: କେ:ତେଜେଶ୍ୱର ରାଓ ଓ ବାଲ୍ଲା ସାୟାମ୍ମାଙ୍କ ପଲ୍ଲା ଭାରି

 Breaking News

କେ:ସୀତାପୁର ପଞ୍ଚାୟତ ସରପଞ୍ଚ,ସମିତିସଭ୍ୟା ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ଜୋରଦାର: କେ:ତେଜେଶ୍ୱର ରାଓ ଓ ବାଲ୍ଲା ସାୟାମ୍ମାଙ୍କ ପଲ୍ଲା ଭାରି

February 20
08:18 2022

ଗଜପତି,୨୦/୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତା ୨୨ ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଅବସରରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ କେ:ସୀତାପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପଦବୀ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋର ଧରିଛି । ।
କେ:ସୀତାପୁର ପଞ୍ଚାୟତର ଏହି ସରପଞ୍ଚ ପାଇଁ ୨ ଜଣ ପ୍ରାର୍ଥୀ ଏବଂ ସମିତିସଭ୍ୟ ପାଇଁ ୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।
ହେଲେ ମୁଖ୍ୟତଃ ଏଠାରେ ସରପଞ୍ଚ ପଦବୀ ପାଇଁ ବିଜେଡି ଦଳର ସମର୍ଥିତ ପ୍ରାର୍ଥୀ କେ:ତେଜେଶ୍ୱର ରାଓ ଓ ତାଙ୍କର ଖୋଲା ବହି ଚିହ୍ନ ଏବଂ ସମିତିସଭ୍ୟ ପଦବୀ ପାଇଁ ବିଜେଡି ଦଳର ସମର୍ଥିତ ପ୍ରାର୍ଥୀନୀ ଵାଲ୍ଲା ସାୟାମ୍ମା ଓ ତାଙ୍କର ଷ୍ଟୁଲ ଚିହ୍ନ ପ୍ରଚାର କାର୍ଯ୍ୟରେ ଆଗରେ ରହିଥିବା ସହ ଜନ ସମର୍ଥନ ମଧ୍ୟ ଅଧିକ ରହିଥିବା ପରିଲକ୍ଷିତ ହୋଇଛି ।
ଏ ଦୁଇ ପ୍ରାର୍ଥୀଙ୍କୁ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିପୁଳ ଜନ ସମର୍ଥନ ସହ ସ୍ୱାଗତ ସମ୍ଭର୍ଦ୍ଧନା ମିଳୁଥିବା ଦେଖାଯାଉଛି ।
ବିଭିନ୍ନ ଗ୍ରାମର ଲୋକେ ମଧ୍ୟ କହିଛନ୍ତି ଯେ , କେ:ସୀତାପୁର ପଞ୍ଚାୟତ\’ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରପଞ୍ଚ ପାଇଁ କେ:ତେଜେଶ୍ୱର ରାଓ ଏବଂ ସମିତିସଭ୍ୟ ପାଇଁ ବାଲ୍ଲା ସାୟାମ୍ମା ହିଁ ଉପଯୁକ୍ତ ପ୍ରାର୍ଥୀ , ଏହି ଦୁଇଜଣ ହିଁ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବାରେ ସହାୟକ ହୋଇପାରିବେ।
ଅନ୍ୟପକ୍ଷରେ ସରପଞ୍ଚ ପ୍ରାର୍ଥୀ କେ: ତେଜେଶ୍ୱର ରାଓ ଏବଂ ସମିତିସଭ୍ୟ ପ୍ରାର୍ଥୀ ବାଲ୍ଲା ସାୟାମ୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , କେ:ସୀତାପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କ ନିଷ୍ପତ୍ତି ପ୍ରକାରେ ପ୍ରତିଦ୍ବନ୍ଦିତା ମଇଦାନରେ ଠିଆ ହୋଇଛି । ପୂର୍ବରୁ ଯେଉଁମାନେ ଏହି ପଦବୀ\’ରେ ଥିଲେ , ସେମାନେ କୋଣସି ଉନ୍ନତି ମୂଳକ କାର୍ଯ୍ୟ କରିନାହାନ୍ତି , ଯାହା ଫଳରେ ପଞ୍ଚାୟତ ଅଞ୍ଚଳର ସମସ୍ୟା ଏବେ ପ୍ରାୟ ଦ୍ବିଗୁଣିତ ହୋଇଯାଇଛି ।
ପ୍ରତ୍ୟେକ ଗ୍ରାମାଞ୍ଚଳରେ ଆମ ପ୍ରତି ଲୋକଙ୍କ ଜନସମର୍ଥନ ଅଧିକ ରହିଛି। । ନିର୍ବାଚନରେ ବିଜୟୀ ହେଲେ ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ଅନ୍ୟାୟ ଓ ଦୁର୍ନୀତିକୁ ହଟାଇବା , ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଓ ଲୋକଙ୍କ ସେବା କରିବାରେ ସବୁଦିନ ପାଇଁ ନିୟୋଜିତ ହେବୁ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031