Indus Valley Times

ଗଜପତି : କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ “ପାଣି ପଞ୍ଚାୟତ ପକ୍ଷ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ “ପାଣି ପଞ୍ଚାୟତ ପକ୍ଷ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

February 01
20:10 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୨: ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅନ୍ତର୍ଗତ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଜି ୧ ତାରିଖ ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ “ପାଣି ପଞ୍ଚାୟତ ପକ୍ଷ” ପାଳନ ଅବସରରେ ବିଭାଜନ ସ୍ତରୀୟ “ପାଣି ପଞ୍ଚାୟତ ପକ୍ଷ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅତିଥି ଭାବେ ଯୋଗଦେଇ କୃଷକର ଆୟ ଦ୍ଵିଗୁଣିତ ହେବାକୁ ହେଲେ ଜଳସେଚନର ସୁବିଧା ନିହାତି ଆବଶ୍ୟକ। ତେଣୁ ଏହି ବ୍ୟବସ୍ଥାରେ ପାଣିର ଠିକ୍ ଭାବେ ଯଦି ପରିଚାଳନା ହୋଇ ଶେଷ ମୁଣ୍ଡରେ ପହଞ୍ଚି ପାରିଲା ତେବେ ହିଁ ସଫଳ କୃଷି ସଶକ୍ତ କୃଷି ହେବା ସହ ଏହି ପାଣି ପଞ୍ଚାୟତ ଗଠନର ମହତ୍ତ୍ଵ ରହିବାରେ ସହାୟକ ହେବ ।
ଅନ୍ୟ ପକ୍ଷରେ ବର୍ଷା ଜଳର ସଂରକ୍ଷଣ କରି ଚାଷ କାର୍ଯ୍ୟରେ ତାର ସଦ ଉପଯୋଗ କରିବା ସହ ପାଣି ପଞ୍ଚାୟତ ପରିଚାଳନାରେ ମହିଳା ମାନଙ୍କ ଅଧିକ ସଂଖ୍ୟାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବଂଶଧାରା-ନାଗାବଳୀ ବେସିନର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ନଗେନ୍ଦ୍ର ନାଥ ମହାରଣା , ବିଭାଗୀୟ ଅଧ୍ୟିକ୍ଷଣ ଯନ୍ତ୍ରୀ ଶ୍ରୀ ପି: ଜଗନ୍ନାଥ , ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତ କଣ , ଏହାର ଗଠନ ପ୍ରକ୍ରିୟା ଓ କାର୍ଯ୍ୟକାରିତା , ପାଣି ପଞ୍ଚାୟତର ଅଧିକାର , ଦାୟିତ୍ଵ ଓ କାର୍ଯ୍ୟବଳୀ , କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସର୍ବାଙ୍ଗୀନ ବିକାଶ ପାଇଁ ପାଣି ପଞ୍ଚାୟତ ଭୂମିକା , ପାଣି ପଞ୍ଚାୟତ ସଶକ୍ତି କରଣ ଦିଗରେ ସରକାରଙ୍କ ପଦକ୍ଷେପ ପ୍ରଭୃତି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ ।
ଏହି ଅବସରରେ କୃଷି କ୍ଷେତ୍ରରେ ଜଳର ଆବଣ୍ଟନ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଚାଷୀ ମାନେ ଶପଥ ପାଠ ନେଇଥିଲେ ।
ଅନ୍ୟପକ୍ଷରେ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ସ୍ୱରୂପ ନଗଦ ଟଙ୍କା ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
ସଚେତନତା ସଭା କାର୍ଯ୍ୟକ୍ରମରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ରଥ , ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା , ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ପାଣି ପଞ୍ଚାୟତର ସଭାପତି ଓ ସଂପାଦକ ମାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ବିରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିବା ବେଳେ ଏଷ୍ଟିମେଟର ଇଂ: ସୁଜାତା ଗୌଡ଼ ଏବଂ ଶ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ଏହି ସଭା କାର୍ଯ୍ୟକ୍ରମ ସ୍ଥଳରେ ଚାଷୀ ମାନଙ୍କ ସଚେତନତା ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ ବହୁ ଉପାଦେୟ ସଚେତନତା ପୋଷ୍ଟର ପ୍ରଦର୍ଶିତ କରା ଯାଇଥିଲା ।
ଶତାଧିକ ସଂଖ୍ୟାରେ ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଇଥିବା ବିଭିନ୍ନ ସମସ୍ୟା ଉପରେ ମଞ୍ଚାସିନ ଅତିଥି ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରେ ଅଭିଯୋଗ ଜଣାଇ ତୁରନ୍ତ ସମାଧାନ କରିବା ଦିଗରେ ଦାଵୀ କରିଥି

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031