Indus Valley Times

ଗଜପତି: ଖାଦ୍ୟ ନିରାପତ୍ତା ମାନକ ଓ ସ୍ବଚ୍ଛତା ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି: ଖାଦ୍ୟ ନିରାପତ୍ତା ମାନକ ଓ ସ୍ବଚ୍ଛତା ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ

November 28
20:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ୍ “ଫୋଷ୍ଟକ” ସ୍ଵୀକୃତି ପ୍ରାପ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ “ଉତ୍ସର୍ଗ” ଆନୁକୁଲ୍ୟରେ ଖାଦ୍ୟ ନିରାପତ୍ତା ମାନକ ଓ ସ୍ବଚ୍ଛତା ସମ୍ପର୍କିତ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଏମ: ମୁବାରକ ଅଲ୍ଲୀ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ଵିନୀ ବେହେରା ଅନ୍ୟତମ ଅତିଥି ବାବେ ଯୋଗଦେଇ ସରକାରଙ୍କ ଉଦ୍ଧିଷ୍ଟ ଖାଦ୍ୟ ନିରାପତ୍ତା ଏବଂ ତାର ସ୍ବଚ୍ଛତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ଏହି ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମରେ ଫୋଷ୍ଟାକ”ର ପ୍ରଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇ ପାରଳାଖେମୁଣ୍ଡି ସହରର ୫୦ ଜଣ ଖାଦ୍ୟ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା , ଖାଦ୍ୟ ସ୍ବଚ୍ଛତାର ଆଭିମୁଖ୍ୟ ଓ ତାର ଉପାଦେୟତା , ପ୍ରସ୍ତୁତି ପ୍ରଣାଳୀ , ସଂରକ୍ଷଣ , ଆଇନ ଓ କୋଭିଡ ନିୟମାବଳୀ ପ୍ରଭୃତି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପାୱାର ପଏଣ୍ଟ ତଥା ସ୍ଲାଇଡ୍ ମାଧ୍ୟମରେ ପ୍ରଦର୍ଶନ କରି ସଚେତନ ମୂଳକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ “ଉତ୍ସର୍ଗ” ସଂଗଠନର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଶ୍ରୀ ସୁକାନ୍ତ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ସଚେତନତା ତାଲିମ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ “ଉତ୍ସର୍ଗ” ସଂଗଠନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିବା ବେଳେ ହେମାମାଳିନୀ ଭୂୟାଁ ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031