Indus Valley Times

ଗଜପତି: ଗଜପତି ଜିଲ୍ଲା ତାଇକଣ୍ଡୋ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ କଲର ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗଜପତି ଜିଲ୍ଲା ତାଇକଣ୍ଡୋ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ କଲର ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

November 01
13:00 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ କଲର୍ ଵେଲ୍ଟ ଟେଷ୍ଟ (ପରୀକ୍ଷା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କଲର ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମାନ୍ୟବର ବିଧାୟକ ଶ୍ରୀ କେ: ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଟେଷ୍ଟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ପରୀକ୍ଷା ରେ ସମୁଦାୟ ୯୬ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ସେଥ୍ ମଧ୍ୟରୁ ୫ ଜଣ ବ୍ଲାକ୍ ଷ୍ଟ୍ରିପ୍ ବେଲ୍ଟ , ୧୮ ଜଣ ରେଡ୍ ବେଲୁ , ୨୨ ଜଣ ବ୍ଲ୍ୟୁ ବେଲୁ , ୨୫ ଜଣ ଗ୍ରୀନ୍ ବେଲ୍ଟ ଓ ୩୩ ଜଣ ୟେଲୋ ବେଲ୍ଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ ।
ଏହି ପରୀକ୍ଷା ରେ ପରୀକ୍ଷକ ଭାବେ ଗୁଣୁପୁରର ଶ୍ରୀ ଗଣେଶ ଚନ୍ଦ୍ର ମହାପାତ୍ର , କଳାହାଣ୍ଡିର ଶ୍ରୀ ବନ୍ଧବାହନ ବୁଦ୍ଧିଆ , ଗଞ୍ଜାମ ର ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ଏବଂ ସହ ପରୀକ୍ଷକ ଭାବେ ଶ୍ରୀ ରାଜୁ ପାଡାଲ୍ , ଶ୍ରୀ ନାଗେଶ୍ବର ମହାପାତ୍ର , ସୁଶ୍ରୀ ଅନ୍ଵେଷା ପଣ୍ଡା , ଶ୍ରୀ ସ୍ବରାଜ ଲକ୍ଷ୍ମୀ ପଣ୍ଡା , ଭୁବନେଶ୍ବର ର ଶ୍ରୀ ଚନ୍ଦନ ମହାପାତ୍ର , ଗଞ୍ଜାମ ର ଶ୍ରୀ ଦିଲିପ କୁମାରଙ୍କ ସମେତ ଶ୍ରୀ ସୋନୁ ମହାରଣା ଓ ସୁମନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ଅପରାହ୍ନ ସମୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ବିଭିନ୍ନ ବିଭାଗର ପରୀକ୍ଷା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପରୀକ୍ଷକ ମାନେ ପ୍ରଦାନ କରିବା ସହିତ ଗତ ୨୦୨୧ ମସିହା ରେ , ବ୍ରହ୍ମପୁର ହିଲ୍ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇ ଯାଇଥିବା ମୁକ୍ତ ରାଜ୍ୟ ସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତା ରେ ସ୍ବର୍ଣ୍ଣପଦକ ହାସଲ କରିଥିବା ପ୍ରତ୍ୟେକ ଖେଳାଳୀଙ୍କୁ ୫୦୦/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଥିଲା ।
ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠାନ ର ୧୯ ତମ ବାର୍ଷିକ ଉତ୍ସବର ଆୟୋଜନ କରା ଯାଇଥିଲା ।
ଏହି ଉତ୍ସବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ନିମନ୍ତେ ମୂଖ୍ୟ ଅତିଥୁ ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧୃକ୍ଷକ ଶ୍ରୀ ଜୟରାମ ଶତପଥି ଓ ଅନ୍ୟତମ ଅତିଥ ଭାବେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏଥି ସମେତ ବ୍ଲାକ୍ ବେଲ୍ଟ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲାକ୍ ବେଲ୍ଟ ଓ ସ୍ମୃତି ଚିହ୍ନ ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ମୂଲ୍ୟବାନ ବକ୍ତ୍ୟ ପ୍ରଦାନ କରିଥିଲେ ।
ପରେ ପରେ ଏହି ଅବସରରେ ରଙ୍ଗାରଙ୍ଗ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ମଧୁସ୍ମିତା ପାତ୍ର ପ୍ରମୁଖ ସଂଯୋଜନା କରିଥିଲେ ଏବଂ ଉପରୋକ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ଏକ ସ୍ମରଣ ଚିହ୍ନ ଅର୍ପଣ କରା ଯାଇଥିଲା ।
ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମଟି ବିଶେଷ ଭାବେ ସଫଳ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031