Indus Valley Times

ଗଜପତି : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହେଲା ଏକତା ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମ

 Breaking News

ଗଜପତି : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହେଲା ଏକତା ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମ

ଗଜପତି : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହେଲା ଏକତା ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମ
October 31
21:50 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ “ଏକତା ଗଣ ଦୌଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ଏହି ଅବସରରେ ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସଡିପିଓ: ଶ୍ରୀ ମାଧବାନନ୍ଦ ନାୟକ ଏବଂ ଆଦର୍ଶ ଥାନା ଓଓଉ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆଦର୍ଶ ଥାନା ପରିସରରୁ ପ୍ୟାଲେସ ପର୍ଯ୍ୟନ୍ତ ଏକତା ଗଣ-ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହାକୁ ଏସପି: ଯତୀନ୍ଦ୍ର କୁମାର ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ହୋମଗାର୍ଡ , ଏନସିସି: ଓ କଲେଜ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ । ପରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଓ ହୋମଗାର୍ଡ ମାନଙ୍କୁ ଏକ ନେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ସହ ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର
ହେବା , ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ସହ ସର୍ବୋପରି ଅଖଣ୍ଡ ଭାରତର ଭାବନାକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଆଭିମୁଖ୍ୟ ଥିଲା ବୋଲି କୁହା ଯାଇଥିଲା ।
ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ସେମାନଙ୍କ ଅଞ୍ଚଳରେ ରନ ଫର୍ ୟୁନିଟି ଏବଂ ୱାକ ଫର୍ ୟୁନିଟି କାର୍ଯ୍ୟକ୍ରମ କରିଛନ୍ତି ଏବଂ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମଧ୍ୟ ଆଦର୍ଶ ଥାନା ପରିସରରୁ ପ୍ୟାଲେସ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା ।
ଏହି ଅବସରରେ ଆଜି ଦିନରେ ଜିଲ୍ଲାବାସୀଙ୍କୁ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ବାର୍ତ୍ତା ରହିବ ଯେ , ଜାତି , ବର୍ଣ୍ଣ , ନିର୍ବିଶେଷରେ ଆମେ ସମସ୍ତେ ଏକଜୁଟ ହୋଇ ସଂକଳ୍ପ ନେବାକୁ ହେବ ଯେ , ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ର ସୁରକ୍ଷାରେ ଆମେ ସମସ୍ତେ ଏକାଠି ରହି ଏକା ସ୍ଵରରେ ସହଯୋଗର ହାତ ବଢ଼ାଇବା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031