Indus Valley Times

ଗଜପତି: ଗୁମ୍ମା ବ୍ଲକରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ଗୁମ୍ମା ବ୍ଲକରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ପାଳିତ

November 10
10:44 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୯: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ସ୍ଥିତ ବ୍ଲକ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି , ମିଲେଟ ମିଶନ , କୃଷି ଓ କୃଷକ ସଶକ୍ତି କରଣ ବିଭାଗର ମିଳିତ ଆନୁକୁଲ୍ୟରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ବ୍ଲକ୍ ବିଡ଼ିଓ: , ବ୍ଲକ କୃଷି ଅଧିକାରୀ , ମିଶନ ଶକ୍ତି , ଚାଷୀ , ମିଲେଟ ମିଶନର କର୍ମକର୍ତ୍ତା ପ୍ରମୁଖଙ୍କ ସମେତ ମୋଟ ୫୯ ଜଣ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଣ୍ଡଳ ସଭାପତିତ୍ୱ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଣ୍ଡିଆ ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ । ଏଥି ସହିତ ବ୍ଲକ କୃଷି ଅଧିକାରୀ ସରକାରଙ୍କ ଦ୍ୱାରା ଉନ୍ନତ ପଦ୍ଧତିରେ ମାଣ୍ଡିଆ ଚାଷ କଲେ ସେଥିପାଇଁ ଚାଷୀ ମାନଙ୍କ ନିମନ୍ତେ ସରକାରୀ ପ୍ରୋତ୍ସାହନ ରହିଛି ବୋଲି କାର୍ଯ୍ୟକ୍ରମରେ ଅବଗତ କରାଇ ଥିଲେ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଡ଼ିଓ, ମାଣ୍ଡିଆ ଯୁକ୍ତ ଖାଦ୍ୟ ଗର୍ଭବତୀ , ପ୍ରସୂତି ଓ ଛୋଟ ପିଲାମାନେ ଖାଇବା ଦ୍ଵାରା ସେମାନଙ୍କ ରକ୍ତ ହୀନତା ଦୂର କରିବାରେ ଏହା ବେଶ ସହାୟକ ହୋଇଥାଏ ବୋଲି ଦର୍ଶାଇଥିଲେ । ଏଥିସହ ମଧୁମେହ , କୋଷ୍ଠ-କଠିନ୍ୟ , ମେଦ-ବହୁଳତା ଓ ଓଜନ ହ୍ରାସ କରିବାରେ ମଧ୍ୟ ଏହା ବେଶ ସହାୟକ ହୋଇଥାଏ ବୋଲି କହିଥିଲେ ।
ଶେଷରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମଣ୍ଡଳ , ମାଣ୍ଡିଆ ଚାଷରେ କିପରି ଅଧିକ ପରିମାଣରେ ଆମ ବ୍ଲକରେ କରା ଯାଇପାରିବ , ସେଥିପାଇଁ ସମସ୍ତେ ଦୃଷ୍ଟି ଦେବା ପାଇଁ ଚାଷୀଭାଇ ମାନଙ୍କୁ ଅନୁରୋଧ କରିଥିଲେ ।
ତାହା ପରେ ସିସିଡ଼ି ଦ୍ୱାରା ଆୟୋଜନ କରା ଯାଇଥିବା ମାଣ୍ଡିଆ ଯୁକ୍ତ ଖାଦ୍ୟ ମେଳାରେ , ସମସ୍ତ ଅଂଶ ଗ୍ରହଣକାରୀ ଯୋଗଦେଇ ମାଣ୍ଡିଆରେ ପ୍ରସ୍ତୁତ ଇଡ଼ିଲି , ଗାରି(ବରା) , ଖିରି , ଲଡୁ , ବିସ୍କୁଟ , ମିକ୍ସର , ସେଓ ପ୍ରଭୃତି ଖାଦ୍ୟର ମଜା ଉଠାଇ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ସିସିଡ଼ି ଓ ମିଲେଟ ମିଶନର କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031