Indus Valley Times

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ” ବିଶ୍ଵ ମହିଳା ସମାନତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ” ବିଶ୍ଵ ମହିଳା ସମାନତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

August 26
20:06 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୮: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଭିନ୍ନ ମହିଳା ମାନଙ୍କୁ ନେଇ “ବିଶ୍ଵ ମହିଳା ସମାନତା ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ବିଭିନ୍ନ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଶୋଭାଯାତ୍ରାରେ ଆଶା , ଅଙ୍ଗନବାଡ଼ି ଓ ଏଏନଏମ କର୍ମୀଙ୍କ ସମେତ ମହାବିଦ୍ୟାଳୟ ଛାତ୍ରୀ , ଏସଏଚଜି ମହିଳା ଓ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନେ ସାମିଲ ରହି ଏବଂ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ଗାଁ-ବସ୍ତି ପରିକ୍ରମା କରିଥିଲେ ।
ପରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବହୁମୁଖି ଉପଯୋଗୀ ଗୃହର ସଭାକକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୃଥିବୀରେ ସ୍ଥିରତା ଆଣିବାକୁ ହେଲେ ଲିଙ୍ଗଗତ ସମାନତାକୁ ଆମେ ନିଶ୍ଚିତ ଭାବେ ଯଥେଷ୍ଟ ସମ୍ମାନ ଦେବାକୁ ହେବ ।
ଲିଙ୍ଗଗତ ସମସ୍ୟା ଠାରୁ ଦୂରେଇ ରହି ପୁରୁଷ ଓ ନାରୀ ଜେଣ୍ଡର ସମାନତା ଆଣିବା , ଯେଉଁଥିରେ କି ଆସନ୍ତା କାଲି ଆମ ପୃଥିବୀରେ ସନ୍ତୁଳନ ରକ୍ଷା ହୋଇ ପାରିବ ବୋଲି ଡ଼ାଃ ବାରିକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନଙ୍ଗ ସୁଦନ ଭୂୟାଁ , ଡ଼ାଃ ଅନ୍ତରର୍ଯ୍ୟାମୀ ସାହୁ ଏବଂ ଡ଼ାଃ ଲତିକା ବେହେରା ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ସମ୍ମାନ , ଅଧିକାର ଓ ସମାନତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦୁଇଜଣ ମହିଳା ମଧ୍ୟ ମହିଳା ସମ୍ମାନ ଓ ସମାନତା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।
ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଆଶା , ଅଙ୍ଗନବାଡ଼ି ଓ ଏଏନ୍ଏମ କର୍ମୀଙ୍କ ସମେତ ଏସଏଚଜି ମହିଳା ମାନେ ଯୋଗ ଦେଇଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍: ଶ୍ରୀ ଏମ ଖଗେଶ୍ବର ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଓ ବ୍ଲକ୍ ଏକାଉଣ୍ଟ୍ ମ୍ୟାନେଜର ଏନ: ଶ୍ରିନିବାସୁଲୁ ପରିଚାଳନା କରିଥିବା ବେଳେ କର୍ମଚାରୀ ଶ୍ରୀ ସାଫଲ୍ୟ କରାଡ ଓ ବିଜୟ ଲକ୍ଷ୍ମୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031