Indus Valley Times

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ଆଲଜିମର୍ସ ଦିବସ” ପାଳିତ

 Breaking News

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ଆଲଜିମର୍ସ ଦିବସ” ପାଳିତ

September 22
23:06 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୯: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି “ବିଶ୍ଵ ଆଲଜିମର୍ସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲା । ।
ଏହି ଶୋଭାଯାତ୍ରାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାରିକ ଏବଂ ପିଏଚଇଓ: ମମତା ପାଢ଼ୀ ଦିବସ ପାଳନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ଯେ , ଆଲଜିମର୍ସ ଏକ ପ୍ରକାରର ମାନସିକ ରୋଗ । ଏହି ଆଲଜିମର୍ଷ ରୋଗ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଅଛି ।
ଜର୍ମାନୀର ମାନସିକ ରୋଗ ବିଶେଷଜ୍ଞ ଆଲଇସ ଆଲଜୀମର୍ଷ ପ୍ରଥମେ ଆଲଜୀମର୍ଷ ରୋଗ ସମ୍ପର୍କରେ ଉଲ୍ଲେଖ କରିଥିବା ଯୋଗୁଁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।
ମୁଖ୍ୟତଃ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ମଧ୍ୟରୁ ୬ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଶାରୀରିକ ଓ ମାନସିକ ବ୍ୟାୟାମ କରିବା ଦ୍ୱାରା ଏହି ରୋଗର ସଙ୍କଟ କମି ଯାଇଥାଏ ।
ଏହି ଆଲଜୀମର୍ଷ ରୋଗର ରୋଗୀଙ୍କୁ ଓଜନ ନିୟନ୍ତ୍ରଣ ରଖିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଥାଏ । ରୋଗୀ , ତାଙ୍କର ଯତ୍ନ ନେଉଥିବା ଲୋଙ୍କ ସାହାଯ୍ୟ ଉପରେ ହିଁ ଅଧିକ ନିର୍ଭର କରିଥାନ୍ତି । ବ୍ୟାୟାମ କରିବା ଦ୍ଵାରା ଦୈନନ୍ଦିନ କାର୍ଯ୍ୟରେ ଆଲଜୀମର୍ଷ ରୋଗୀଙ୍କ ଉନ୍ନତି ପରିଲକ୍ଷିତ ହୋଇଥାଏ । ତେଣୁକରି ଏହି ରୋଗ ସମ୍ପର୍କରେ ଅଧିକ ଜନସଚେତନତା କରିବା ଜରୁରୀ ବୋଲି କହିଥିଲେ ।
ଏହି ଦିବସ ପାଳନ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମିଲନ ଅଧିକାରୀ , ଡ଼ାଃ ଲିପସା ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930